Site icon Awaj Media

ଭିଜିଲାନ୍ସ ଜାଲରେ ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷ !!

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : ଭିଜିଲାନ୍ସ ଜାଲରେ ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ କଲେଜ ର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରାୟ . ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରାୟଙ୍କ ବାସଭବନରେ ଭିଜିଲାନ୍ସ ବିଭାଗର ଚଢ଼ାଉ । ଭବାନୀପାଟଣା ସମେତ ଝାରସୁଗୁଡା ବାସଭବନ ସମେତ ଏକକାଳୀନ ୬ ଟି ସ୍ଥାନରେ ଭିଜିଲାନ୍ସ ର ଟିମ ଚଢ଼ାଉ କରିଥିଲା ।

ଝାରସୁଗୁଡା ଏଲ.ଏନ୍. କଲେଜ ପାଖ ବାସଭବନ ସମେତ ଆଉ ଏକ ଘର, ସୁନ୍ଦରଗଡ଼ରେ ତାଙ୍କ ସ୍ତ୍ରୀ କାର୍ଯ୍ୟ କରୁଥିବା ଏମଆଇ ଅଫିସ୍ , କେନ୍ଦ୍ରାପଡ଼ା ବାସଭବନ, ଭବାନୀପାଟଣା ରେ ଥିବା ସରକାରୀ ବାସଭବନ ଓ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଏକା ସାଙ୍ଗରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ଡ଼ିଏସପି ସୂଚନା ଦେଇଛନ୍ତି । ଚଢ଼ାଉ ବେଳେ ବହୁ ବେନାମୀ ସମ୍ପତ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ବେଳେ ମୋଟ ସମ୍ପତ୍ତି ମୂଲ୍ୟ ଆକଳନ ପରେ ଜଣା ପଡିବ ବୋଲି ଭିଜିଲାନ୍ସ ଡ଼ିଏସପି କହିଛନ୍ତି ।

Exit mobile version