ପେଟରେ ବାଜିଛି ଗୁଳି : ଗୁରୁତର ଅବସ୍ଥାରେ ବାଲେଶ୍ଵରରେ ଭର୍ତ୍ତି ହେବା ପରେ ମୃତ୍ୟୁ
ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଏନକାଉଣ୍ଟର ରେ ଟଳି ପଡିଲା ଗ୍ୟାଙ୍ଗଷ୍ଟର ସେକ ହାଇଦର . ଗ୍ୟାଙ୍ଗଷ୍ଟାର ସେକ ହାଇଦରକୁ ସିମୁଳିଆ ନିକଟରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦରକୁ ଚୌଦ୍ୱାର ଜେଲ ରୁ ବାରିପଦା ଜେଲ କୁ ସ୍ଥାନାନ୍ତରଣ କରାଯାଉଥିବା ସମୟରେ ଏପରି ଘଟିଥିବା ବେଳେ କେଉଁ ପରିସ୍ଥିତିରେ ହାଇଦରଙ୍କୁ ଏନକାଉଣ୍ଟର କରାଯାଇଛି ତାହା ପୁଲିସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆ ଯାଇନାହିଁ ।
ତେବେ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ନିଆଯିବା ବେଳେ ସିମୁଳିଆ ନିକଟରେ ହାଇଦର ସୁରକ୍ଷା କର୍ମୀଙ୍କ ବନ୍ଧୁକ ଛଡାଇ ଖସି ଯିବାକୁ ଉଦ୍ୟମ କରିଥିଲା . ହାଇଦର ଖସି ଯିବାକୁ ଉଦ୍ୟମ କରିବା ସମୟରେ ପୁଲିସ ତାକୁ ଏନକାଉଣ୍ଟର କରି ଥାଇପାରେ ବୋଲି ଅନୁମାନ କରାଯାଉଛି । ସୂଚନା ଯୋଗ୍ୟ କଟକ ବଡ ମେଡିକାଲରେ ଚିକିତ୍ସାର ବାହାନା କରି ହାଇଦର ସେଠାରୁ ଖସି ଯିବାପରେ ତାକୁ ପୁଣି ତେଲେଙ୍ଗାନାରୁ ଗିରଫ କରାଯାଇଥିଲା . ତେବେ ଚୌଦ୍ୱାର ଜେଲ ରୁ ତାକୁ ସ୍ଥାନାନ୍ତରଣ କରାଯାଉଥିବା ବେଳେ ସିମୁଳିଆ ସିମୁଳିଆ ଏନକାଉଣ୍ଟର ହୋଇଛି . ହାଇଦର ର ପେଟରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାକୁ ବାଲେଶ୍ଵର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା . ପରବର୍ତ୍ତୀ ସମୟରେ ଡାକ୍ତରଖାନା କର୍ତ୍ତୃପକ୍ଷ ଏବଂ ପୁଲିସ ବିଭାଗ ତରଫରୁ ହାଇଦର ର ମୃତ୍ୟୁ ନେଇ ସୂଚନା ସ୍ପଷ୍ଟ କରାଯାଇଛି . ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ . ବାଲେଶ୍ଵର ଡାକ୍ତରଖାନା ସମେତ ହାଇଦର ର ଗ୍ରାମରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି .

