Site icon Awaj Media

ଶ୍ୱଶୁର ଘରୁ ଜ୍ୱାଇଁ ର ଝୁଲନ୍ତା ମୃତଦେହ ଉଦ୍ଧାର !!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ତରଭା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜଂଖୀରା ଗ୍ରାମର ବଳିଆ ନାୟକ ତରଭା ଗ୍ରାମରେ ବିବାହ କରିଥିଲେ । ୩ ଦିନ ହେଲା ଶ୍ୱଶୁର ଘରକୁ ବଳିଆ ନାୟକ ଆସିଥିବା ସମୟରେ ଆଜି ତାଙ୍କର ମୃତ ଦେହ ଏକ ବନ୍ଦ କୋଠରୀ ମଧ୍ୟରୁ ମିଳିଛି । ଘରର କବାଟ କୁ ଭାଙ୍ଗି ତାଙ୍କୁ ଉଦ୍ଧାର କରି ଢେଙ୍କାନାଳ ବଡ ମେଡିକାଲ କୁ ଆଣିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ଟି ଜାଣିବା ପରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ପାରିବାରିକ ଝଗଡା ରୁ ଏଭଳି ଅଘଟଣ ଘଟି ଥାଇପାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Exit mobile version