ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ ଠାରେ ସଭାପତି ସଂଜୟ କୁମାର ମିଶ୍ର ଙ୍କ ଅଧକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ପୋଲିସ , ଜନୈକ ବାର ଆସୋସିଏସନ ର ସଦସ୍ୟଙ୍କୁ ଦୁର୍ବ୍ୟବହାର କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବା ସହ ଏହାକୁ ଦୃଢ଼ ନିନ୍ଦା କରାଯାଇଥିଲା ।
ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବି ପ୍ରଦାନ କରିବା ପାଇଁ ସ୍ଥିର କରାଯାଇଛି । ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ବାଲେଶ୍ଵର ପୋଲିସର ଏପରି କାର୍ଯ୍ୟ ବିରୋଧରେ ଏକ ଦାବୀପତ୍ର ପ୍ରଦାନ କରାଯିବା ପାଇଁ ଆସୋସିଏସନର ନିଷ୍ପତି ଗୃହୀତ କରାଯାଇଥିଲା । ବୈଠକରେ ତୃତୀୟ ଲହରକୁ ନଜରରେ ରଖି ଯେଭଳି ଜରୁରୀକାଳୀନ ଆଇନସେବା କାର୍ଯ୍ୟ ଚାଲୁ ରହିଥିଲା ସେପରି ସେବା ଚାଲୁ ରହିବା ବୋଲି ନିଷ୍ପତି ନିଆଯାଇଥିଲା । ଆୟୋଜିତ ବୈଠକରେ ସମ୍ପାଦକ ଟଙ୍କଧର ବେହେରା , ଉପସଭାପତି ସରୋଜ ପାଢ଼ୀ, ନବକିଶୋର ଗୁରୁ ,ବରିଷ୍ଠ ଆଇନଜୀବି ଦିୟୀଶ ପଟ୍ଟନାୟକ, ପ୍ରସାଦ ପଟ୍ଟନାୟକ, ସହସମ୍ପାଦକ ପ୍ରଶାନ୍ତ ସନ୍ଥ , ଚିତରଂଜନ ବେହେରା , ଭାବଗ୍ରହୀ ପଣ୍ଡା, ସୁବାଷ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

