Site icon Awaj Media

ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର . ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ପୁଣି ଚାଲିଗଲା ନବବଧୂର ଜୀବନ , ନିୟମିତ ସମୟ ବ୍ୟବଧାନରେ କେନ୍ଦ୍ରାପଡା ଜିଲ୍ଲାରେ ସାମନାକୁ ଆସୁଛି ଯୌତୁକ ଜନିତ ବର୍ବରତାର ଘଟଣା . ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ବେଲରପା ଗାଁ ରେ। କଟକ ଜିଲ୍ଲା ମାହାଙ୍ଗା ଥାନା ଜିରା ଗାଁ ର ଞ୍ଜାନ ରଞ୍ଜନ ରାଉତ ଙ୍କ ଭଉଣୀ ମୋନାଲିସା ପ୍ରିୟଦର୍ଶିନୀ ରାଉତ ଙ୍କୁ ଗତ ଏପ୍ରିଲ ୨୦୧୬ ମସିହାରେ ବୈଦିକ ରୀତିରେ ବେଲରପା ଗାଁ ର ଗଣେଶ୍ୱର ପ୍ରଧାନ ଙ୍କ ସାନପୁଅ ଅବିନାଶ ପ୍ରଧାନ ବିବାହ କରିଥିଲେ। ବିବାହକୁ ପାଖାପାଖି ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ମୋନାଲିସା ଙ୍କୁ ଦେଢଶୁର,ଯାଆ, ଶାଶୁ ଓ ଶଶୁର ସବୁବେଳେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିବା ସହ ମୋନାଲିସାଙ୍କ ପରିବାର କୁ ଅଧିକାଂଶ ସମୟରେ ଗାଳିଗୁଲଜ କରୁଥିଲେ। ମୋନାଲିସା ଙ୍କ ସ୍ବାମୀ ସୁଦୂର ହାଇଦ୍ରାବାଦ ରେ ଚାକିରି କରୁଥିବା ହେତୁ ସ୍ତ୍ରୀ କୁ ହେଉଥିବା ନିର୍ଯାତନା କୁ ରୋକି ପାରିନଥିଲେ। ଆଜି ଶାଶୁ ଘରେ ମୋନାଲିସା ଫ୍ୟାନ୍ ଯୋଗେ ନିଜ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ମୋନାଲିସା ଙ୍କ ଶାଶୁଘର ଲୋକେ କହୁଥିବା ବେଳେ ମୋନାଲିସା ଙ୍କ ବାପ ଘର ପକ୍ଷରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଡେରାବିଶ ଥାନା ରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ପାଇଲା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

Exit mobile version