Site icon Awaj Media

ଆମେ ମିଳିମିଶି ଖାଇଛୁ : ମୁଁ ଏକୁଟିଆ କାହିଁକି ଜୋରିମାନା ଦେବି !!

Spread the love

ତଦନ୍ତ ରିପୋର୍ଟ ବିରୋଧରେ କରିଥିବା ମାମଲାରେ ଅଙ୍ଗନବାଡି କର୍ମୀଙ୍କ ସ୍ୱିକାରୋକ୍ତି

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଦୁର୍ନୀତିର ଗନ୍ତାଘର ପାଲଟିଛି କେନ୍ଦ୍ରାପଡା ଜିଲ୍ଲା ସମନ୍ୱିତ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟ . ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ବ୍ଲକ ର ଅଙ୍ଗନବାଡି କେନ୍ଦ୍ରରେ ଚାଲିଛି ବ୍ୟାପକ ହେରାଫେରି . ଶିଶୁ ମାନଙ୍କର ମାନସିକ ଶାରୀରିକ ତଥା ବୌଦ୍ଧିକ ବିକାଶ ପାଇଁ ଯୋଜନା କରି ସରକାର ଖର୍ଚ୍ଚ କରୁଛନ୍ତି ଅଜସ୍ର ଟଙ୍କା . ହେଲେ ବିଭାଗୀୟ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀ ମିଶି ଚଳୁ କରୁଛନ୍ତି ସାମଗ୍ରୀ . ସୂଚନା ଅଧିକାର ଆଇନ ଅନୁସାରେ ମିଳିଥିବା ତଥ୍ୟରୁ ସାମନାକୁ ଆସିଛି ଚାଞ୍ଚଲ୍ୟକର ଖବର . ବିଶେଷ କରି ଗରଦପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ବ୍ୟାପକ ଘୋଟଲା ହୋଇଥିବାର ଜଣାଯାଇଛି . ବିଗତ ଦିନରେ ଜନୈକ ସୂଚାନକର୍ମୀଙ୍କ ଅଭିଯୋଗ ଆଧାରରେ କେନ୍ଦ୍ରାପଡା ଜିଲ୍ଲପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ . ହେଲେ ସମସ୍ତ ପ୍ରକାର ଅର୍ଥ ତୋଷାରପାତରେ ବ୍ଲକ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ଭୂମିକା ରହୁଥିବାରୁ ତଦନ୍ତରେ ଦେଖାଦେଲା ଶୀଥିଳତା . ଶିଶୁ , ଗର୍ଭବତୀ ଏବଂ ପ୍ରସୂତୀ ମାନଙ୍କର ସାମଗ୍ରୀ ବାଟମାରଣା ଠାରୁ ଆରମ୍ଭ କରି ଅଧିକ ଉପସ୍ଥାନ ଦେଖାଇ ଅର୍ଥ ହଡପ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଚାଲିଛି . ଏ ସମ୍ପର୍କରେ ଆମକୁ ପ୍ରତିକ୍ରିୟା ଦେଇ ବହୁ ଘୋଟଲାର ଖୁଲାସା କରିଛନ୍ତି ଜିଲ୍ଲା ସୂଚନା ଅଧିକାର ସଂଘର ସଭାପତି ପ୍ରତାପ ମହାନ୍ତି .

କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ , ଅଧିକ ଉପସ୍ଥାନ ଦର୍ଶାଯାଇ ଅର୍ଥ ହଡପର ଅଭିଯୋଗ ପ୍ରମାଣିତ ହେବା ପରେ ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କ ଉପରେ ଜୋରିମାନା ହୋଇଥିଲା . ତେବେ ସବୁଠାରୁ ରୋଚକ କଥା ହେଲା , ଜୋରିମାନା ନଦେବା ପାଇଁ ଅଦାଲତରେ ଓଲଟା ମକଦ୍ଦମା କରିଥିଲେ ଅଙ୍ଗନବାଡି କର୍ମୀ ଜଣକ . ଏପରିକି ବିଭାଗର କିଛି ଅଧିକାରୀ ତାଙ୍କ ଠାରୁ ମାସିକିଆ ଚାନ୍ଦା ନେଇ ବିଲ ପାସ କରାଇଥିବାରୁ ସମସ୍ତେ ମିଶି ଜୋରିମାନା ଦିଅନ୍ତୁ ବୋଲି ଉଲ୍ଲେଖ କରିଥିଲେ ମାମଲାରେ . ଦୁର୍ନୀତିର ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ ସୁଦ୍ଧା ଜିଲ୍ଲା ପ୍ରଶାସନ କାହିଁକି କୋହଳ ମନୋବୃତ୍ତି ଦେଖାଉଛି ତାହା ଏବେ ବଡ ପ୍ରଶ୍ନବାଚୀ .

Exit mobile version