ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଟାଟା ପ୍ଲାଣ୍ଟରୁ ବିଭିନ୍ନ ସାମଗ୍ରୀ ଚୋରି ଘଟଣାରେ ୧୩ ଅଭିଯୁକ୍ତଙ୍କୁ ଗିରଫ କଲା କଳିଙ୍ଗନଗର ପୋଲିସ । କଳିଙ୍ଗନଗର ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟରୁ ବିଭିନ୍ନ ସାମଗ୍ରୀ ଚୋରୀ ଓ କମ୍ପାନୀ ସିକ୍ୟୁରୀଟିଙ୍କୁ ମାଡ଼ ମାରିବା ଘଟଣାରେ ଟାଟା କମ୍ପାନୀ ତରଫରୁ 20 ତାରିଖ ଶୁକ୍ରବାର ଦିନ କଳିଙ୍ଗନଗର ଥାନାରେ ଏକ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଆରମ୍ଭ କରିଥିଲା ତଦନ୍ତ . ବିଶେଷ ସୂତ୍ରରୁ ସୂଚନା ପାଇ କଳିଙ୍ଗନଗର ପୋଲିସ ମିରିଗିଚରା ଗ୍ରାମରୁ ଶନିବାର ବିଳମ୍ବିତ ରାତିରେ 13 ଅଭିଯୁକ୍ତଙ୍କୁ ଗିରଫ କରି ଆଜି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ଅଭିଯୁକ୍ତଙ୍କୁ ବିଚାରଧୀନ ଅଦାଲତକୁ ପଠେଇ ଦେଇଥିବା ସୁଚନା ମିଳିଛି ।
ଟାଟା ପ୍ଲାଣ୍ଟରୁ ବିଭିନ୍ନ ସାମଗ୍ରୀ ଚୋରି ଘଟଣାରେ ୧୩ ଅଭିଯୁକ୍ତ ଗିରଫ !!!

