Site icon Awaj Media

ବାରଙ୍ଗ : ଭୂମିହୀନଙ୍କୁ ଜମି ପ୍ରଦାନ ନାମରେ ବ୍ୟାପକ ଚଞ୍ଚକତା !!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରୁ ସାମନାକୁ ଆସିଲା ଜମି କେଳେଙ୍କାରୀରେ ମହା ଅଭିଯୋଗ . ଭୂମିହୀନଙ୍କୁ ଜମି ପ୍ରଦାନ ନାମରେ ବ୍ୟାପକ ଚଞ୍ଚକତା . ନରାଜ ପଞ୍ଚାୟତ ର ମସାଣି ଜମିକୁ ଭୂମିହୀନଙ୍କୁ ଦେବା ନାମରେ , ଜମି ମାଫିଆ ଏବଂ ସ୍ୱଚ୍ଛଳ ବର୍ଗର ଲୋକଙ୍କୁ ଜମି ପ୍ରଦାନ ହୋଇଥିବାର ଅଭିଯୋଗ . ରାଷ୍ଟ୍ରୀୟ ପଛୁଆ ବର୍ଗ ମସହଙ୍ଘ ତରଫରୁ ଭିଜିଲାନ୍ସ ଡିଜିଙ୍କୁ ଏ ସଂକ୍ରାନ୍ତରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ନରାଜ ପଞ୍ଚାୟତ ର ମସାଣି ଜମିକୁ ମୋଟା ଅଙ୍କର ଅର୍ଥ କାରବାର କରି ବାରଙ୍ଗ ତହସିଲ କର୍ତ୍ତୃପକ୍ଷ ସ୍ୱଚ୍ଛଳ ବର୍ଗର ଲୋକଙ୍କୁ ଜମି ପ୍ରଦାନ ଘଟଣାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ସଂଗଠନର ସଦସ୍ୟ । ରାଷ୍ଟ୍ରୀୟ ପଛୁଆ ବର୍ଗ ମହାସଂଘ ରାଜ୍ୟ ପ୍ରଭାରୀ ସଞ୍ଜିତ ସାମଲ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭିଜିଲାନ୍ସ ଡ଼ିଜିଙ୍କୁ ଦାବୀପତ୍ର ପ୍ରଦାନ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି .

Exit mobile version