Site icon Awaj Media

କଳିଙ୍ଗନଗର ପୋଲିସ ଦ୍ୱାରା ୫ କୁଖ୍ୟାତ ଗିରଫ ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ପୋଲିସ ପକ୍ଷରୁ ବିଭିନ୍ନ ଅଂଚଳରେ ଚଢ଼ାଉ କରାଯାଇ ପାଞ୍ଚ ଜଣ ଲୁଟେରାଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ଏହି 5 ଜଣ ଲୁଟେରା କଳିଙ୍ଗନଗର ସମେତ ବିଭିନ୍ନ ଅଂଚଳରୁ ଲୁଟ କରିବା ସହିତ ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି . ଗିରଫ ଲୁଟେରାଙ୍କ ପାଖରୁ ଛଅଟି ମୋବାଇଲ, ଗୋଟିଏ କମ୍ପ୍ୟୁଟର, ଗୋଟିଏ ସୋନି ଟିଭି, ଗୋଟିଏ ସିପିୟୁ ଜବତ କରାଯାଇଛି । କଳିଙ୍ଗନଗରର ବିଭିନ୍ନ ଅଞ୍ଚଳରୁ ଧରାଯାଇଥିବା ଅଭିଯୁକ୍ତ ବାବୁଲି ବେହେରା, ଆଲୋକ ରାଉତ ,ପ୍ରଶାନ୍ତ ଜେନା, ମଧୁ ଦେହୁରୀ ,ସାଗର ମଲ୍ଲିକ ନାମରେ ମାମଲା ରୁଜୁ କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅଦାଲତରେ ହଜାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଛି କଳିଙ୍ଗନଗର ଥାନାର ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ ଦାସ ।

Exit mobile version