Site icon Awaj Media

ଡମପଡା ବ୍ଲକ ମନରେଗା ମହାଦୁର୍ନୀତି : ଲମ୍ବିବାରେ ଲାଗିଛି ଅଭିଯୋଗର ତାଲିକା !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ର କୁସୁପଙ୍ଗି , ପାଥପୁର , ଦୁଲଣାପୁର ଏବଂ ତାଳବସ୍ତ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅର୍ଥ ହରିଲୁଟ ଅଭିଯୋଗ ଆସିବା ପରେ , ବାଙ୍କୀ ବିଜେପି ର ଏକ ପ୍ରତିନିଧି ଦଳ ବରିଷ୍ଠ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ ଙ୍କ ନେତୃତ୍ୱ ରେ ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମ ପଞ୍ଚାୟତ ରେ ହୋଇଥିବା ବିଭିନ୍ନ ନିର୍ମାଣ କାମ ବୁଲି ଦେଖିଥିଲେ . ଉପରୋକ୍ତ ପଞ୍ଚାୟତ ରେ ସମସ୍ତ କେନ୍ଦ୍ରୀୟ ଯୋଜନା କୁ କିପରି ବାଟମାରଣା କରାଯାଇ ଲୋକ ମାନଙ୍କ ଉନ୍ନତି ପାଇଁ ଆସୁଥିବା ଅର୍ଥ କୁ ହରିଲୁଟ କରାଯାଇଛି , ତାକୁ ଅନୁଧ୍ୟାନ କରି କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଦ୍ୱାରା ତଦନ୍ତ ଦାବୀ କରିଥିଲେ .

ଉକ୍ତ ଅନୁଧ୍ୟାନ ଦଳରେ କିଶନ ମହାପାତ୍ରଙ୍କ ନେତୃତ୍ୱ ରେ ମଣ୍ଡଳ ସାଧାରଣ ସମ୍ପାଦକ ଦାଶରଥି ପଢ଼ିଆରୀ ଓ ବରିଷ୍ଠ କାର୍ଯ୍ୟକର୍ତ୍ତା ସୁବ୍ରତ ନାୟକ ଙ୍କ ସହଯୋଗରେ କଟକ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ସରୋଜ କୁମାର ସେଠୀ, ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଉତ୍କଳମଣି ମନ୍ତ୍ରୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସଂଗ୍ରାମ ବିଭୁତିରାୟ, କଳାପଥର ମଣ୍ଡଳ ସଭାପତି ସୁଶାନ୍ତ କୁମାର ଭଟ୍ଟ, ହରିରାଜପୁର ପଞ୍ଚାୟତର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରଭାକର ଜେନା ଓ ପ୍ରଫୁଲ୍ଲ ଚନ୍ଦ୍ର ନାୟକ , ନଗର ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଅଜିତ ସୁବୁଦ୍ଧି, ଯୁବ ନେତା ଜଗନ୍ନାଥ ନାୟକ , ଡମପଡା ମଣ୍ଡଳ ସଭାପତି ବିନୋଦ କୁମାର ଦାସ, ଡମପଡା ପଞ୍ଚାୟତ ସଭାପତି ଜୟକୃଷ୍ଣ ମହାନ୍ତି, ଜିଲ୍ଲା ପ୍ରତିନିଧି ନିରୋଜ ସ୍ୱାଇଁ , ଯୁବ ନେତା ହେମନ୍ତ ଜେନା , ପ୍ରଭାତ ବାରିକ , ଦୁଲଣାପୁର ଗ୍ରାମର ବହୁ ବିଜେପି କର୍ମୀ ନଟବର ରଣା , ଭ୍ରମରବର ସାହୁ , ବାପୁନା ନାୟକ , ତପନ ମହାପାତ୍ର , ସଞ୍ଜୟ ସାହୁ , ମୁକେଶ ରାଉତ , ପ୍ରଦୀପ ନାୟକ , ଚିନ୍ମୟ ଦେହୁରୀ , ଚରଣ ଦେହୁରୀ , ନିବାସ ନାୟକ , ଚିନ୍ତାମଣି ନାୟକ , କାଙ୍ଗାଳି ନାୟକ , ମକର ଜେନା , ନିରଞ୍ଜନ ରାଉତ ,
ମନୋଜ ମାଝୀସାମନ୍ତ , ଆଲୋକ ରାଉତ , ଗଗନ ରାଉତ , ଗଗନ ପରିଡା , ଚିତ୍ତରଞ୍ଜନ ରଣା , କବିଚନ୍ଦ୍ର ପରିଡା , ଅଶୋକ ନାୟକ , ବିଭୁବିକାଶ ଷଡ଼ଙ୍ଗୀ , ରଞ୍ଜନ ନାୟକ , ବୁଢ଼ିଆ ନାଏକ ଙ୍କ ସହିତ ଅନେକ ଗ୍ରାମବାସୀ ଉପସ୍ଥିତ ରହିଥିଲେ .

Exit mobile version