Site icon Awaj Media

ମନରେଗା ଦୁର୍ନୀତିରେ ନୂଆ ରେକର୍ଡ : ଚର୍ଚ୍ଚାରେ ଚାରି ପଞ୍ଚାୟତ !!

Spread the love

ଦିଅଁ ଖାଇକି , ଖଟୁଲି ଖାଇଛନ୍ତି ଦୁଲଣାପୁର ସରପଞ୍ଚ ସୁନିଲ କୁମାର ସାହୁ

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ମନରେଗା ମହା ଦୁର୍ନୀତିକୁ ନେଇ ଚର୍ଚ୍ଚାରେ ଥିବା ବାଙ୍କୀ ଡମପଡା ବ୍କକର କୁସୁପଙ୍ଗୀ , ତାଳବସ୍ତ, ପାଥପୁର ଏବଂ ଦୁଲଣାପୁର ପଞ୍ଚାୟତରେ ହୋଇଥିବା ବିଭିନ୍ନ ନିର୍ମାଣ କାମରେ ଲକ୍ଷାଧିକ ଟଙ୍କା ଦୁର୍ନୀତିର ଗୁମର ଖୋଲିଛି ଭାରତୀୟ ଜନତା ପାର୍ଟି . ବିରୋଧି ଦଳଙ୍କ ସାମ୍ବାଦିକ ସମ୍ମିଳନୀ ଏବଂ ସୂଚନା ଅଧିକାର ଆଇନ ଅନୁସାରେ ମିଳିଥିବା ତଥ୍ୟରୁ ସବୁ ଘୋଟଲାର ପର୍ଦ୍ଦାଫାସ ହୋଇଛି । ବାଙ୍କୀ ବିଜେପିର ଏକ ପ୍ରତିନିଧି ଦଳ ଦୁଲଣାପୁର ଗସ୍ତକରି ସ୍ଥିତି ଦେଖିବା ପରେ ଜିଲ୍ଲାପାଳଙ୍କୁ ଅଭିଯୋଗ ଦାବିପତ୍ର ଦେବାକୁ ପ୍ରସ୍ତୁତ ହେଉଛନ୍ତି । ସ୍ଥାନୀୟ ସରପଞ୍ଚ ସୁନିଲ କୁମାର ସାହୁ ଚଞ୍ଚକତା କରି ନିଜର ସ୍ତ୍ରୀ, ବାପା, ମା ଏବଂ ସରକାରୀ ଚାକିରୀଆ ଭଉଣୀଙ୍କ ନାମରେ ଜବକାର୍ଡ କରି ଟଙ୍କା ଉଠାଣ କରିଛନ୍ତି । ଲୋକ ନଥିବା ନାଁରେ ପୋଖରୀ ଖୋଳା ହୋଇ ବିଲ୍ ହୋଇଛି । ଗୋଟିଏ ପୋଖରୀକୁ ଦେଖାଇ ତିନିଥର ତିନି ପ୍ରକାର ନିର୍ମାଣ କାମ ନାମରେ ବିଲ୍ କରାଯାଇଥିବାର ପ୍ରମାଣ ହସ୍ତଗତ ହୋଇଛି । ପଞ୍ଚାୟତ ଅନ୍ତର୍ଗତ ଅରପୁର ଗ୍ରାମର ଜନୈକ ଧନେଶ୍ୱର ଦେହୁରୀ ନାମକ ବ୍ୟକ୍ତିଙ୍କ ଏକ ବିଲରେ ମାତ୍ର ୩ ଘଣ୍ଟା ଜେସିବି ଚଲାଇ ₹ ୧,୮୩,୯୬୯ ଟଙ୍କା ( ଏକ ଲକ୍ଷ ତେୟାଅଶି ହଜାର ନଅଶହ ଅଣସ୍ତୁରି ) ର ବିଲ୍ କରାଯାଇଥିବା ବେଳେ ଅରପୁର ସବରସାହିରେ ମଧ୍ୟ ଏକ ଅଧାପନ୍ତରିଆ ପୋଖରୀରେ ୩ / ୪ ଘଣ୍ଟା ଜେ.ସି.ବି ଚଲାଇ ₹୧,୬୨,୪୯୫ (ଏକ ଲକ୍ଷ ବାଆଷଠି ହଜାର ଚାରିଶହ ପଞ୍ଚାନବେ ) ଟଙ୍କା ର ବିଲ୍ କରାଯାଇଛି । ସ୍ଥାନୀୟ ସରପଞ୍ଚ ପ୍ରଶାସନକୁ ଧରି ଶାସକଦଳର ମୁଖ୍ୟଙ୍କ ପ୍ରଚ୍ଛନ୍ନ ସହାୟତରେ ଗୋଟିକ ପରେ ଗୋଟିଏ ସ୍କାମ୍ ନିର୍ଦ୍ଦ୍ୱନ୍ଦରେ କରି ଚାଲିଛନ୍ତି ।ସାଧାରଣ ଲୋକଟିଏ ଯେବେ ଏ ବିଷୟରେ ସରପଞ୍ଚଙ୍କର ଦ୍ୱାରସ୍ତ ହେଉଛି .. ତେବେ ଉତ୍ତର ଆସୁଛି , ଯାହା କରିବା କଥା କର । ମୁଁ ମୋ ବୁଦ୍ଧିରେ କାର୍ଯ୍ୟକରି ଟଙ୍କା ପାଉଛି । ଏଠି ପ୍ରଶ୍ନ ଉଠୁଛି ଲକ୍ଷାଧିକ ଟଙ୍କାର ଘୋଟଲା କରିଥିବା ସରପଞ୍ଚ କାହା ସାହସରେ ଏଭଳି ମୁଂହ ଟାଣ କଥା କହି ପାରୁଛନ୍ତି ? ବିରୋଧି ବିଜେପି ଏବଂ କଂଗ୍ରେସର ଦଳୀୟ କର୍ମକର୍ତ୍ତା ମାନେ ସରକାରଙ୍କ ପାଖରେ ଡମପଡା ବ୍କକର ମନରେଗା ଦୁର୍ନୀତିର ଦସ୍ତାବିଜ୍ ଦାଖଲ କରିଥିଲେ ମଧ୍ୟ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ତାଙ୍କର ଷ୍ଟାଟସ୍ ରିପୋର୍ଟ ଏପର୍ଯ୍ୟନ୍ତ ଦାଖଲ କରିନାହାନ୍ତି । ରାଜନିତୀର ଛକାପଂଝାରେ ଅରପୁର ଗ୍ରାମର ଦୁଇ ଦୁଇଟି ପୋଖରୀ ସ୍କାମରେ ସରପଞ୍ଚ ଏବଂ ତାଙ୍କ ଦୁର୍ନୀତିଗ୍ରସ୍ତ ସହଯୋଗୀଙ୍କୁ ସରକାର କି ଦଣ୍ତ ଦେଉଛନ୍ତି ତାହାକୁ ଜନସାଧାରଣ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ।

Exit mobile version