ନୂଆଗାଁ ( ଆୱାଜ ମିଡିଆ ) – ସଞ୍ଜୀବ କୁମାର ଡାକୁଆ : ଡିଜେଲ ଚୋରକୁ ଧରିବା ଦାବୀରେ ନୂଆଗାଁ ଥାନା ସମ୍ମୁଖରେ ଧାରଣା । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ନିକଟସ୍ଥ ୫୭ ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଶୁଭଲକ୍ଷ୍ମି ଢାବା ନିକଟରୁ ,୩ ଟି କ୍ରୋମାଇଟ ବୋଝେଇ ଟ୍ରକ ରୁ ୧୫୦୦ ଲିଟର ଡିଜେଲ୍ ଚୋରି ହୋଇଥିବା ନେଇ ନୂଆଗାଁ ଥାନା ରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ସୋମବାର ରାତ୍ର ୧୨ ଟା ସମୟରେ ୩ ଟି ଟ୍ରକ୍ ଉକ୍ତ ଢାବା ନିକଟରେ ରଖି ଡ୍ରାଇଭର୍ ଓ ହେଲପର୍ ଖାଦ୍ୟ ଖାଇ ବିଶ୍ରାମ ନେଇଥିଲେ । ମଙ୍ଗଳବାର ସକାଳ ସମୟରେ ଦେଖିଲା ବେଳକୁ ଗୋଟିଏ ଟ୍ରକ୍ ର ତେଲ ଟାଙ୍କି ଭାଙ୍ଗିଯିବା ସହ ଡିଜେଲ୍ ନଥିବା ଜଣାପଡିଥିଲା । ଅନ୍ୟ ଦୁଇଟି ଟ୍ରକ୍ ରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିବା ପରେ ଏ ନେଇ ନୂଆଗାଁ ଥାନା ରେ ଡ୍ରାଇଭର୍ ମାନେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣା କୁ ନେଇ ନୟାଗଡ ଜିଲ୍ଲା ଡ୍ରାଇଭର୍ ମହାସଂଘ ନୂଆଗାଁ ଥାନା ସମ୍ମୁଖରେ ରାତ୍ର ୧୦ ଟା ରୁ ୪ ଟା ପର୍ଯ୍ୟନ୍ତ ଧାରଣା ଦେଇଥିଲେ । ଯାହା ଫଳରେ ୫୭ ନଂ ଜାତୀୟ ରାଜପଥ ଉଭୟ ପାର୍ଶ୍ଵରେ ପ୍ରାୟ ୩ କି ମି ପର୍ଯ୍ୟନ୍ତ ଗାଡ଼ି ମଟର ଜମା ହୋଇରହିଥିଲା । ନୂଆଗାଁ ପୁଲିସ୍ ଦୁଇ ଜଣଙ୍କୁ ଥାନାକୁ ଆଣି ପଚରା ଉଚରା ଜାରି ରଖିଥିବା ଜଣା ପଡ଼ିଛି।।
ମାଲବାହୀ ଟ୍ରକ ରୁ ଡିଜେଲ ଚୋରୀ : ନୂଆଗାଁ ଥାନା ଆଗରେ ଗାଡ଼ି ଚାଳକ ଙ୍କ ଧାରଣା ।।

