Site icon Awaj Media

ଡକାୟତି ପାଇଁ ଯୋଜନା କରୁଥିବା ବେଳେ ମାଡି ବସିଲା ପୁଲିସ : ୬ ଗିରଫ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ନିକଟସ୍ଥ ତରତୁଆ ୟୁପି ସ୍କୁଲ ପଛ ପଟରେ ଥିବା ଏକ ପରିତ୍ୟକ୍ତ ଘରେ ୭ ରୁ ୮ ଜଣ ବ୍ୟକ୍ତି ଡକାୟତି କରିବା ପାଇଁ ଯୋଜନା କରୁଥିବା ସମୟରେ ପୁଲିସ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି । ଖୋର୍ଦ୍ଧା ଗ୍ରାମାଞ୍ଚଳ ଏସପି ରାଜ କିଶୋର ଦୋରାଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ସୁଶୀଲ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆଦର୍ଶ ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ଏବଂ ଅନ୍ୟ କର୍ମଚାରୀ ମାନେ ଅତର୍କିତ ଭାବରେ ଚଢ଼ାଉ କରି ଘଟଣା ସ୍ଥଳରୁ ୬ ଜଣଙ୍କୁ ଗିରଫ କରିବା ସହ ଅନେକ ମାରଣାସ୍ତ୍ର ଖଣ୍ଡା, ଭୁଜାଲି, ଛୁରୀ, ଲୁହାରଡ଼ ଓ ଠେଙ୍ଗା ଆଦି ଜବତ କରିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଅବଦୁଲ ମାଜିଦ ଖାନ, କଲିମ ଖାନ, ଦୀପକ ସ୍ୱାଇଁ , ସୁଦୀପ୍ତ ନାୟକ, ବଳଭଦ୍ର ବେହେରା ଓ ରଞ୍ଜନ ସୁନ୍ଦରାୟ । ବେଆଇନ ମାରଣାସ୍ତ୍ର ରଖିବା ଏବଂ ଡକାୟତି ଉଦ୍ୟମ ଅଭିଯୋଗରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Exit mobile version