ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ କାର୍ଯ୍ୟ କରୁଥିବା ଭାରତ ଫାଇନାନ୍ସିଆଲ ଇନକ୍ଲୁଜନ ଲିମିଟେଡ଼ କମ୍ପାନୀର ଶାଖା ପରିଚାଳକ ସନ୍ତୋଷ କୁମାର ପଣ୍ଡାଙ୍କ ଅଭିଯୋଗ କ୍ରମେ ସଂଘର ପରିଚାଳକ ଅର୍ଥ ଆତ୍ମସାତ କରିବାକୁ ଯୋଜନା କରିଥିଲେ । ଏ ନେଇ ଅଭିଯୋଗ ପରେ ପୋଲିସ ତଦନ୍ତରୁ ପ୍ରକୃତ ସତ୍ୟ ଘଟଣା ଜଣା ପଡିଥିଲା । ଏହି ଫାଇନାନ୍ସ କମ୍ପାନୀରେ ସଂଘ ପରିଚାଳକ ଭାବେ ଗତ ୨ ମାସ ହେବ କାର୍ଯ୍ୟରତ ନୟାଗଡ଼ ଜିଲ୍ଲା ବାଲୁଗାଁ ଗ୍ରାମର ରଣଜିତ ବେହେରା ବିଭିନ୍ନ ଗ୍ରାମ କୁରାଢ଼ମଲ, ଗୋଡିପଡା ଓ ଲହଙ୍ଗା ମହିଳା ଗୋଷ୍ଠୀଙ୍କ ଠାରୁ ୫୪ ହଜାର ୫୩ ଟଙ୍କା ଆଦାୟ କରି ଆସୁଥିବା ସମୟରେ ଦୁର୍ବୁତ୍ତ ମାନେ ତାଙ୍କ ବାଇକ ଡିକିରୁ ପଇସା ଚୋରି କରି ନେଇ ଯାଇଛନ୍ତି ବୋଲି କମ୍ପାନୀର ୟୁନିଟ ମ୍ୟାନେଜରଙ୍କୁ ଜଣାଇଥିଲେ । ପରେ ତାଙ୍କୁ ପିସିଆର ଯୋଗେ ଆଣି ପଚରାଉଚରା କରିଥିଲେ । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଏକ ଟିମ ଗଠନ କରି ଘଟଣାର ଅନୁସନ୍ଧାନ କରିଥିଲେ । ରଣଜିତ ଟଙ୍କା କୁ ରାସ୍ତା କଡରେ ଲୁଚାଇ ରଖି ଏଭଳି ଘଟଣା ଭିଆଇଛନ୍ତି ବୋଲି ପୋଲିସ ଟିମ ଜାଣି ପାରିଥିଲା । ତାଙ୍କ ଠାରୁ ନଗଦ କ୍ୟାସ ସହ ବ୍ୟବହୃତ ବାଇକ ଓ ମୋବାଇଲ ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।
ଅର୍ଥ ଆତ୍ମସାତ ଅଭିଯୋଗରେ ଜଣେ ଗିରଫ !!!

