Site icon Awaj Media

ବାଲୁଗାଁ ଥାନା ସମ୍ମୁଖରେ ସାମ୍ବାଦିକ ସଂଘ ସଦସ୍ୟଙ୍କ ଧାରଣା !!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ନିର୍ବାଚନ ମଣ୍ଡଳୀ ବାଲୁଗାଁରେ ଗତ ୮ ତାରିଖ ଦିନ ବାଲୁଗାଁ ଏନଏସି କାର୍ଯ୍ୟାଳୟ ପରିସରରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେଵ ଆକ୍ରୋଶ ମୂଳକ ଭାବରେ ଜଣେ ବିଜେପି ନେତାଙ୍କୁ ମାଡ଼ ମାରିବା ସହିତ ଖବର ସଂଗ୍ରହ କରୁଥିବା ବାଲୁଗାଁର ଜଣେ ସାମ୍ବାଦିକଙ୍କ ମୋବାଇଲ ଛଡାଇ ନେବା ସହିତ ଜାତିକୁ ନେଇ ଗାଳିଗୁଲଜ କରିଥିଲେ । ଏ ସମ୍ପର୍କରେ ସାମ୍ବାଦିକ ଜଣକ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦୀର୍ଘ ୬ ଦିନ ଅତିବାହିତ ହୋଇ ଯାଇଥିବା ବେଳେ ପୋଲିସର ନିଷ୍କ୍ରିୟତା ଓ ବିଧାୟକଙ୍କ ଗିରଫ ଦାବିକରି ଉତ୍କଳ ସାମ୍ବାଦିକ ସଙ୍ଘ ଓ ଶାଳିଆ ପ୍ରେସ କ୍ଳବ ପକ୍ଷରୁ ବାଲୁଗାଁ ଥାନା ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରବଳ ବର୍ଷା ରେ ମଧ୍ୟ ସାମ୍ବାଦିକ ମାନେ ଧାରଣାରେ ବସି ରହିଥିଲେ । ଅଭିଯୋଗକୁ ପଞ୍ଜୀକୃତ କରିବା ସହିତ ବିଧାୟକଙ୍କ ଗିରଫଦାରୀ ପାଇଁ ସାମ୍ବାଦିକ ମାନେ ଅଡ଼ି ବସିଛନ୍ତି ।

Exit mobile version