Site icon Awaj Media

ପିଆଶାଳ କାଠ ବୋଝେଇ ପିକଅପ୍ ଭ୍ୟାନ ଜବତ : ଦୁଇ ଗିରଫ !

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କାଠ ପଟା ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବନ ବିଭାଗ ପକ୍ଷରୁ ବାଲିଗୁଡ଼ା ଡିଏଫଓ ଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରା ଯାଇଥିଲା। କାଠ ଚୋରାଚାଲାଣ ବେଳେ ମାଦାଗୁଡ଼ା ନିକଟରୁ ପିକ୍ଅପ୍ ଭ୍ୟାନ୍ ସହ ୧୯ଖଣ୍ଡ ପିଆଶାଳ କାଠ ପଟା ଜବତ କରିବା ସହ ଘଟଣାରେ ଦୁଇଜଣ ଚାଲାଣକାରୀ ଗିରଫ କରିଛି ବନବିଭାଗ । ଜବତ କାଠର ଆନୁମାନିକ ମୂଲ୍ୟ ପାଖାପାଖି ୫୦ହଜାର ଟଙ୍କା ହେବ ବୋଲି ତୁମୁଡ଼ିବନ୍ଧ ରେଞ୍ଜର ଲଳିତ ମୋହନ ନାୟକ କହିଛନ୍ତି । ସୂଚନା ପ୍ରକାରେ ତୁମୁଡ଼ିବନ୍ଧ ବନାଞ୍ଚଳର ମାଦାଗୁଡ଼ା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ କାଠ ଚୋରାଚାଲାଣ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ତୁମୁଡ଼ିବନ୍ଧ ବନାଞ୍ଚଳ ଅଧିକାରୀ ଲଳିତ ମୋହନ ନାୟକଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ମାଦାଗୁଡ଼ା ଛକ ନିକଟରେ ଛପି ରହିଥିଲେ । କାଠ ବୋଝେଇ ପିକ୍ଅପ୍ ଭ୍ୟାନ୍ ତୁମୁଡ଼ିବନ୍ଧ ଆଡ଼କୁ ଆସିବା ସମୟରେ ଗାଡ଼ିକୁ କାବୁ କରିଥିଲା ଟିମ୍ ଏବଂ ପିଆଶାଳ ପଟା ବୋଝେଇ ପିକ୍ଅପ୍ ଭ୍ୟାନ୍ କୁ ଜବତ କରିବାସହ ଦୁଇଜଣ ଚାଲାଣକାରୀଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ତୁମୁଡ଼ିବନ୍ଧ ବନାଞ୍ଚଳ ଅଧିକାରୀ ଲଳିତ ମୋହନ ନାୟକ । ରେଞ୍ଜର ଙ୍କ ସମେତ ଫରେଷ୍ଟର ମନ୍ମଥ ପରିଛା , ଶ୍ରୀରାମ ପଣ୍ଡା, ଦିଲ୍ଲୀପ କୁମାର ପ୍ରଧାନ, ନିରଜ୍ ପ୍ରଧାନୀ ପ୍ରମୁଖ ସାମିଲ ଥିଲେ।

Exit mobile version