Site icon Awaj Media

ଘର ଭାଗ ବଣ୍ଟାକୁ ନେଇ ଗଣ୍ଡଗୋଳ : ଜଣେ ଆହତ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ତଳସାହିର ରୁଷିଆ ପଲାରୁ ଓ ତାଙ୍କ ସାନ ଭାଇ ବାଉରୀ ବନ୍ଧୁ ପଲାରୁଙ୍କ ମଧ୍ୟରେ ଘର ଭାଗ ବଣ୍ଟାକୁ ନେଇ ବିବାଦ ରହିଥିଲା । ଏ ନେଇ ଆଜି ପୁଣି ପାଟିତୁଣ୍ଡ ହେବାରୁ , ବାଉରୀବନ୍ଧୁଙ୍କ ପତ୍ନୀ ମିଲି ଅତର୍କିତ ଭାବରେ ରୁଷିଆ ଓ ତାଙ୍କ ପତ୍ନୀକୁ ଏକ ପନିକି ଧରି ଆକ୍ରମଣ କରିଥିଲେ । ଆକ୍ରମଣରେ ରୁନୁ ଙ୍କ ହାତରେ ଆଘାତ ଲାଗିଥିବାର ଜଣାଯାଇଛି । ଏ ନେଇ ଉଭୟ ପରିବାର ପକ୍ଷରୁ ବାଘମାରି ଥାନାରେ ଅଭିଯୋଗ ହେବା ପରେ କେଶ ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀଣି ଅର୍ଚ୍ଚନା ମଲ୍ଲିକ ଜଣାଇଛନ୍ତି ।

Exit mobile version