Site icon Awaj Media

ଜଳଖିଆ ଦୋକାନରେ ଗ୍ରାହକଙ୍କୁ ଛୁରାମାଡ ଅଭିଯୋଗ : ତିନି ଅଭିଯୁକ୍ତ କୋର୍ଟ ଚାଲାଣ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କୌଣସି କଥାକୁ ନେଇ ବଚସା ହେବାରୁ ଜଳଖିଆ ଦୋକାନରେ ଗ୍ରାହକଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି । ଛୁରାମାଡରେ ଗୁରୁତର ଗ୍ରାହକ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଉଳାବନ୍ଧ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୋଗ ମୁତାବକ ଖୋର୍ଦ୍ଧା ଜିଲ୍ଲା ବଉଳାବନ୍ଧ ଗ୍ରାମ ଛକରେ ଦେବେନ୍ଦ୍ର ସାହୁଙ୍କ ଜଳଖିଆ ଦୋକାନ ରହିଛି । ଗତକାଲି ରାତିରେ ଦେବେନ୍ଦ୍ର ସାହୁଙ୍କ ଜଳଖିଆ ଦୋକାନ କୁ ସେହି ଗ୍ରାମର ମୁନା ବେହେରା ଜଳଖିଆ ଖାଇବା ନିମନ୍ତେ ଯାଇଥିଲେ । ତେବେ କୌଣସି କଥାକୁ ନେଇ ଦୋକାନୀ ଦେବେନ୍ଦ୍ର ଓ ଗ୍ରାହକ ମୁନାଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା । ଦେଖୁ ଦେଖୁ ବଚସା ଝଗଡା ରୁପନେଲା । ମୁନାକୁ ଦେବେନ୍ଦ୍ର ଜାତିଆଣ ଆକ୍ଷେପ କରିବା ସହ ତାଙ୍କର ଦୁଇ ସହଯୋଗୀ ବିଭୁତି ସାହୁ ଏବଂ ଧର୍ମେନ୍ଦ୍ର ସାହୁଙ୍କ ସହ ମିଶି ମୁନାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ଛୁରାରେ ଆକ୍ରମଣ କରୁଥିବା ବେଳେ ଛୁରାଟି ମୁନାଙ୍କ ପେଟରେ ବାଜିଥିଲା ଏବଂ ମୁନାଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ବାଣପୁର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଏ ସଂକ୍ରାନ୍ତରେ ବାଣପୁର ଥାନାରେ ଅଭିଯୋଗ ହେବା ପରେ କେଶ ନମ୍ବର ୩୨୫/୨୧ ରେ ଏକ ମାମଲା ରୁଜୁ କରାଯାଇଛି , ଏବଂ ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନାଚୁଣୀ ଫାଣ୍ଡି ଅଧିକାରୀ ମୁକେଶ ବେହେରା ସୂଚନା ଦେଇଛନ୍ତି ।

Exit mobile version