ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କମ୍ପାଉଣ୍ଡର ଙ୍କ ଦବଙ୍ଗଗିରି । ଘଟଣା ଟି ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ନିମାଣୀ ଗ୍ରାମ ସ୍ୱାସ୍ଥ୍ୟ କେନ୍ଦ୍ରରେ । କମ୍ପାଉଣ୍ଡର ଶରତ କୁମାର ଖଟୁଆ ରୋଗୀ ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିବାକୁ ଧମକ ଦେବାକୁ ମଧ୍ୟ ପଛାଇ ନଥିଲେ । ତେବେ ଯେଉଁ କାରଣକୁ ନେଇ ଏପରି ଅଭାବନୀୟ ଘଟଣାର ସୂତ୍ରପାତ , ତାହା ସବୁଠାରୁ ଆଶ୍ଚର୍ଯ୍ୟଜନକ । ସମ୍ପୃକ୍ତ କର୍ମଚାରୀ ରୋଗୀ ମାନଙ୍କୁ ତିନି ମାସର ଏକ୍ସପାରି ମେଡିସିନ ଦେଇ ଖାଇବାକୁ କୁହନ୍ତି , ଏସମ୍ପର୍କରେ ପଚାରିଲେ ଗାଳିଗୁଲଜ କରନ୍ତି । ଏପରିକି ମହିଳା ମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ ହେଉଅଛି । ଏସମ୍ପର୍କରେ ନୟାଗଡ଼ ଜିଲ୍ଲାପାଳଙ୍କୁ ମେଡିକାଲ ଅଫିସରଙ୍କ ଜରିଆରେ ଅଭିଯୋଗ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ । ଅନ୍ୟ ପକ୍ଷରେ କମ୍ପାଉଣ୍ଡର ଖଟୁଆ କୁହନ୍ତି , ସିଡିଏମଓ , ସରପଞ୍ଚ ଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ମୋ ହାତରେ ଅଛନ୍ତି . ସମସ୍ତଙ୍କୁ ମାସିକିଆ ଟଙ୍କା ଦେଉଛି ମୋର କିଏ କଣ କରିବ । ଆଉ ବହୁବାର ଅଭିଯୋଗ ପରେ ସୁଦ୍ଧା କିଛି ପଦକ୍ଷେପ ଗ୍ରହଣ ନହେବାରୁ ଲୋକେ କହୁଛନ୍ତି , ବୋଧହୁଏ ଏଥିପାଇଁ ଜିଲ୍ଲାପାଳ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରୁନାହାନ୍ତି । ଖଟୁଆଙ୍କ ବିରୁଦ୍ଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଗାମୀ ଦିନରେ କୈାଣସି ଅଘଟଣ ଘଟେ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
କମ୍ପାଉଣ୍ଡର ଙ୍କ ଦବଙ୍ଗଗିରି : ରୋଗୀଙ୍କୁ ଗାଳିଗୁଲଜ !!!

