Site icon Awaj Media

ବ୍ରାଉନସୁଗାର ଜବତ କଲା ଟାଙ୍ଗୀ ଅବକାରୀ ବିଭାଗ : ଅଭିଯୁକ୍ତ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଟାଙ୍ଗୀ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି । ବ୍ରାଉନସୁଗାର ସହ ଜଣେ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ସୂଚନା ମୁତାବକ ଜଙ୍କିଆ ଥାନା ଛଣଗିରି ଅଞ୍ଚଳରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଅବକାରୀ ବିଭାଗ ପୂର୍ବରୁ ଖବର ପାଇଥିଲା । ଏକ ସୁପରିକଳ୍ପିତ ଯୋଜନା କରି ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଛଣଗିରି ଗ୍ରାମ ତାରିଣୀ ମନ୍ଦିରରେ ଚଢ଼ାଉ କରାଯାଇଥିଲା । ମନ୍ଦିରରୁ ଅରୁଣ ବେହେରା ଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ ତାଙ୍କ ନିକଟରୁ ୮ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା । ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ଏବଂ ବାଲୁଗାଁ ଅବକାରୀ ସବ ଇନ୍ସପେକ୍ଟର ମନୋଜ ବାରିକ ସାମିଲ ଥିଲେ । ଏ ସଂକ୍ରାନ୍ତରେ ଟାଙ୍ଗୀ ଅବକାରୀ ପକ୍ଷରୁ ପିଆର ନମ୍ବର ୪୦/୨୧-୨୨ ରେ ମାମଲା ରୁଜୁ କରାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି ।

Exit mobile version