Site icon Awaj Media

ପୂର୍ବ ଆକ୍ରୋଶରୁ ସାମ୍ବାଦିକଙ୍କ ଘରେ ପଶି ଅସଦାଚରଣ ଉଦ୍ୟମ ସହ ପରିବାର ଲୋକଙ୍କୁ ଆକ୍ରମଣ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦିନକୁ ଦିନ ସାମ୍ବାଦିକ ପ୍ରତି ଅନ୍ୟାୟ ,ଅତ୍ୟାଚାର, ଆକ୍ରମଣ ବଢି ଚାଲିଥିବା ବେଳେ ଏଥିରୁ ବାଦ ପଡି ନାହାଁନ୍ତି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀର ସାମ୍ବାଦିକ । ପ୍ରାପ୍ତ ସୂଚନା ମୁତାବକ ଗତ ୨୨ ତାରିଖରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୯ନଂ ୱାର୍ଡରେ ଟୀକାକରଣ ନେଇ ଘୋର ଅବ୍ୟବସ୍ଥା ହେଉଥିବା ଅଭିଯୋଗ ସୂଚନା ମିଳିବାରେ ସାମ୍ବାଦିକ ଶେଖ ରୋଶନ ସମ୍ବାଦ ସଂଗ୍ରହ କରୁଥିବା ସମୟରେ ଉକ୍ତ ଟୀକା କେନ୍ଦ୍ରରେ ଅପ୍ରୀତିକର ପରିସ୍ଥିତି ଉପୁଜିବା ସହ ତାଙ୍କ ପ୍ରତି ଆକ୍ରମଣ ହୋଇଥିଲା । ଯାହାକୁ ନେଇ ଥାନାରେ ମାମଲା ହୋଇଥିବା ବେଳେ ଆକ୍ରୋଶ ମୂଳକ ମନୋଭାବ ନେଇ ଗଣ୍ଡଗୋଳକାରୀ ମାନେ ସାମ୍ବାଦିକଙ୍କ ନାମରେ ଥାନାରେ ଏକ ମିଥ୍ୟା ମାମଲା ମଧ୍ୟ କରିଥିଲେ । ଘଟଣା ସମ୍ବନ୍ଧରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଉକ୍ତ ଘଟଣାକୁ ଚପାଇ ଦେବା ପାଇଁ କିଛି ଅସାମାଜିକ ବ୍ୟକ୍ତି ଚାପ ପକାଇବା ସହିତ ସାମ୍ବାଦିକ ଜଣକ ଘରେ ନଥିବା ସୁଯୋଗ ନେଇ ସଂଘବଦ୍ଧ ହୋଇ ତାଙ୍କ ଘରେ ପଶି ମହିଳା ମାନଙ୍କୁ ଅସଦାଚରଣ କରିବା ସହ ରୋଗାଗ୍ରସ୍ତ ବୃଦ୍ଧ ବାପାଙ୍କୁ ଆକ୍ରମଣ କରି ବିଭିନ୍ନ ଧମକ ଦେଇଥିଲେ ।ଏହି ପ୍ରତିବାଦରେ ଆକ୍ରମଣର ଶିକାର ହୋଇଥିବା ସେକ ଅହମଦ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାକୁ ଗମ୍ଭୀରତାର ସହନେଇ ଅଭିଯୁକ୍ତ ମାନଙ୍କ ନାମରେ ପୁଣି ଏକ ମାମଲା କେଶ ନଂ ୩୩୩ / ୨୦୨୧ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମାତ୍ର ବିଡ଼ମ୍ବନାର ବିଷୟ ସାମ୍ବାଦିକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ଥିଲେ ମଧ୍ୟ ପୋଲିସ ସେମାନଙ୍କୁ ସୁରକ୍ଷା ନ ଦେବା ଏପରିକି ଅଭିଯୁକ୍ତ ମାନେ ଖୁଲାମଖୁଲା ବୁଲିବା କେତେଦୂର ଯଥାର୍ଥ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Exit mobile version