ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଧୂଆଁଳ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜଣେ ବ୍ୟକ୍ତିଙ୍କ ସ୍କୁଟିକୁ କେହି ଜଣେ ଦୁର୍ବୁତ୍ତ ନିଆଁ ଲଗାଇ ସଂପୂର୍ଣ୍ଣ ପୋଡି ଦେଇଥିବାର ଅଭିଯୋଗ ହୋଇଛି । ସୂଚନା ମୁତାବକ ଧୂଆଁଳ ଗ୍ରାମର ସନାତନ ସାହୁ ସବୁଦିନ ପରି ନିଜ ଟିଭିଏସ ଜୁପିଟର ସ୍କୁଟର ( ଓଡ଼ି-୦୨-ଏଇ-୬୩୦୨) କୁ ଘର ବାହାରେ ରଖିଥିଲେ । ତେବେ ସକାଳୁ ଉଠି ଦେଖିଲା ବେଳକୁ ସ୍କୁଟିଟି ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିଲା । ତେବେ କିଏ କ’ଣ ପାଇଁ ଏପରି କାଣ୍ଡ କରିଛି ଜଣା ପଡିନଥିବା ବେଳେ ଏ ନେଇ ସନାତନ ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି ।
ଟିଭିଏସ ଜୁପିଟର ସ୍କୁଟରକୁ ନିଆଁ ଲଗାଇ ପୋଡି ଦେଇଥିବା ଅଭିଯୋଗ : ବାଲୁଗାଁ ଥାନାରେ ଜଣେ ଅଟକ !!!

