Site icon Awaj Media

ଉଗ୍ରତାରା ରୋଡରେ ଟାଙ୍ଗୀ ପୋଲିସ୍ ର ଚଢାଉ : ୩ ଟି ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ଜବତ !!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଂଚଳରେ ଦିନକୁ ଦିନ ବେଆଇନ ପଥର ଖଣି ମାଫିଆଙ୍କ ଆତଙ୍କରାଜ ବଢି ଚାଲିଛି । ରାତି ଅଧରେ ମାଫିଆ ମାନେ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ପଥର କାରବାର କରୁଛନ୍ତି । ଫଳରେ ବହୁଳ ପରିମାଣର ସରକାରୀ ରାଜସ୍ୱ ହାନି ହେଉଛି । ତେବେ ସେହି ଅଞ୍ଚଳରେ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ଖବର ପାଇ ଟାଙ୍ଗୀ ପୋଲିସ୍ ଚଢାଉ ଆରମ୍ଭ କରିଥିଲା । ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ପୋଲିସ୍ ଉଗ୍ରତାରା ରୋଡ୍ ରେ ଚଢାଉ କରି ୩ ଟି ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ଜବତ କରିଥିଲା । ବେଆଇନ ଖଣିଜ ଦ୍ରବ୍ୟ ଚାଲାଣ ଅଭିଯୋଗରେ ୩ ଜଣ ଟ୍ରାକ୍ଟର ଚାଳକଙ୍କୁ ମଧ୍ୟ ଗିରଫ କରା ଯାଇଥିବା ସମୟରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ବିଜୟ କୁମାର ମଲିକ ସୂଚନା ଦେଇଛନ୍ତି ।

Exit mobile version