Site icon Awaj Media

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ : ଜଣେ ଗିରଫ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ସଦର ମହକୁମାର ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଗତକାଲି ଅପରାହ୍ନରେ ଗୋଟିଏ ହୁଣ୍ଡାଇ କାର ରୁ ମୋଟ ୧ କ୍ୟୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି . ଘଟଣାରେ ସମ୍ପୃକ୍ତ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଜାମୁସାହି ଗ୍ରାମର ଆକାଶ ସାହୁଙ୍କୁ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଅତର୍କିତ ଭାବରେ ଚଢ଼ାଉ କରି ଗିରଫ କରିଥିଲା . ତେବେ ପୁଲିସ ଚଢ଼ାଉ ସମୟରେ ଅନ୍ୟ ଜଣେ ଘଟଣା ସ୍ଥଳରୁ ପଳାୟନ କରିଥିଲେ । ଏ ନେଇ ଆଜି ଏସପି ରାଜକିଶୋର ଦୋରା ଏକ ସାମ୍ବାଦିକ ସମ୍ମିଳନୀ ରେ ସମସ୍ତ ସୂଚନା ଦେଇଥିଲେ ।

Exit mobile version