ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ଭାରଡାପଶି ଗ୍ରାମରେ ଘଟିଛି ଅଭାବନୀୟ ଲଜ୍ଜା ଜନକ ଘଟଣା . ୯ ବର୍ଷର ଜୈନିକା ନାବାଳିକାକୁ ବୁଧବାର ବିଳମ୍ବିତ ରାତିରେ ଗ୍ରାମର ୫୮ ବର୍ଷ ବୟସ୍କ ଲାଣ୍ଡୁ ବାର୍ଲା ଦୁଷ୍କର୍ମ କରିଥିବା ନେଇ ନାବାଳିକାଙ୍କ ପରିବାର ତରଫରୁ କଳିଙ୍ଗନଗର ଥାନାରେ ଅଭିଯୋଗ ହୋଇଥିଲା . ଏତଲା ଆଧାରରେ ତଦନ୍ତ କରି କଳିଙ୍ଗନଗରର ପୋଲିସ ଅଭିଯୁକ୍ତ ଗିରଫ କରିବା ସହିତ ତାକୁ ଡାକ୍ତରୀ ମାଇନା ପରେ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଛି . ମାନ୍ୟବର ଅଦାଲତ ଅଭିଯୁକ୍ତର ଜାମିନ ନାମଞ୍ଜୁର କରିଥିବା ସମୟରେ ପୁଲିସ ତଦନ୍ତ ଜାରି ରଖିଥିବା ନେଇ ସୂଚନା ଦେଇଛନ୍ତି କଳିଙ୍ଗନଗର ଥାନାର ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ ଦାସ ।
କଳିଙ୍ଗନଗର ଅଞ୍ଚଳରେ ଲଜ୍ଜା : ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ !!!

