Site icon Awaj Media

ଫେକ ଫେସବୁକ ଆଇଡି ଦ୍ୱାରା ଆଇନଜୀବୀଙ୍କ ନାମରେ ଆପତ୍ତିଜନକ ପୋଷ୍ଟ ମାମଲାରେ ଦୁଇ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମହଙ୍ଗା ପଡିଲା ଫେସବୁକ ରେ ଫେକ ଆଇଡି ଖୋଲିବା . ବାଣପୁର ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଚୋରା ମୋବାଇଲ ସିମ କାର୍ଡ ବିକ୍ରି ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ ଦୀର୍ଘ ଏକ ବର୍ଷ ହେବ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଜନୈକ ଆଇନଜୀବିଙ୍କୁ ଏକ ଫେକ ଫେସବୁକ ଆଇଡି ମାଧ୍ୟମରେ ନାନାଦି କଟୁ ଏବଂ ଅଶ୍ଳୀଳ ମନ୍ତ୍ୟବ ଦେବା ସହ ଆପତ୍ତିଜନକ ଫଟୋଚିତ୍ର ଭାଇରାଲ କରି ବଦନାମ କରିବା ପାଇଁ ଅହରହ ଉଦ୍ୟମ କରାଯାଉଥିଲା । ଏ ନେଇ ଅଭିଯୋଗକାରୀ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାରୁ ପୋଲିସ ତୁରନ୍ତ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିଲା । ତେବେ ଏ ନେଇ ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସର କାର୍ଯ୍ୟାନୁଷ୍ଠାନ ଶୁନ ରହିଥିଲା । ମାତ୍ର ଗତ କାଲି ସନ୍ଧ୍ୟାରେ ପୋଲିସ ହଠାତ ଚେଇଁ ଉଠିବା ପରି ସଂପୃକ୍ତ ଫେସବୁକ ଆଇଡିକୁ ଭିତି କରି ମୋବାଇଲ ସିମ ବିକ୍ରେତା ବାଣପୁର ଥାନା ନିକଟସ୍ଥ ଦ୍ୱାରିକା କମ୍ୟୁନିକେସନ ନାମକ ଏକ ମୋବାଇଲ ଦୋକାନର ମାଲିକ କେଦାରନାଥ ସେନାପତି ଏବଂ ତାଙ୍କ କର୍ମଚାରୀ ସୋମନାଥ ସେନାପତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉକ୍ତ ଦୁଇ ଅଭିଯୁକ୍ତ ଚୋରା ସିମ ବିକ୍ରି କରି ଉକ୍ତ କଳା କାରନାମାର ଅଂଶ ବିଶେଷ ଥିବା ପୋଲିସ କହିଛି l ତେବେ ଦିନକୁ ଦିନ ଚୋରା ସିମ ବାବଦରେ ଆଇନ କଠୋର ହେଉଥିବା ବେଳେ କିପରି ଅଭିଯୁକ୍ତ ଏପରି କାଣ୍ଡ କଲେ ଏବଂ ପୋଲିସ ଦୀର୍ଘ ଦିନ ପରେ ଏହାର ଟେର ପାଇଲା ତାହା ଚର୍ଚ୍ଚାର ବିଷୟ ପାଲଟିଛି l ସେହିପରି ଭାବେ ବାଣପୁର, ବାଲୁଗାଁ ଅଞ୍ଚଳରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି ମୋବାଇଲ ଦୋକାନ ଯାଞ୍ଚ ନହେଵା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଚୋରା ସିମ ବିକ୍ରେତାକୁ ପୋଲିସ ଗିରଫ କରିଥିବା ବେଳେ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ସଫଳ ନହେଵା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି l ତେବେ ଉକ୍ତ ମାମଲାର ତଦନ୍ତ ଜାରି ରହିଛି ଏବଂ ତଦନ୍ତ ଘେରରେ ଯାହାର ଯାହାର ସମ୍ପୃକ୍ତି ଆସିବ ସେମାନଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଖୁବ ଶୀଘ୍ର ମୁଖ୍ୟ ଅଭିଯୁକ୍ତ ଧରାପଡ଼ିବ ବୋଲି ବାଣପୁର ଆଇଆଇସି ରଶ୍ମିରଂଜନ ସାହୁ ସୂଚନା ଦେଇଛନ୍ତି l

Exit mobile version