Site icon Awaj Media

ମଦ୍ୟପାନ କରି ଡ୍ୟୁଟି ସମୟରେ ଶୋଇ ପଡିଲେ ଡାକ୍ତର !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଡାକ୍ତର ଙ୍କୁ ସ୍ୱୟଂ ଭଗବାନ ବୋଲି ଆମେ ମାନି ନେଇଥିବା ବେଳେ ,ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କର କାର୍ଯ୍ୟକଳାପ କୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । ସେଭଳି ଭାବେ ଏକ ଲଜ୍ୟାକର ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର ଅବନିକାନ୍ତ ସାହୁ ନିଜର ଡ୍ୟୁଟି ସମୟରେ ମଦ୍ୟପାନ କରି ଶୋଇ ରହିଥିବାର ଦେଖିବାକୁ ମିଳିଛି । ତାଙ୍କ ନାମରେ ପୂର୍ବରୁ ଏହିଭଳି ସଙ୍ଗୀନ ଅଭିଯୋଗ ଆସିଥିବା ବେଳେ ପୁଣି ଘଟିଛି ପୁନରାବୃତ୍ତି । ଘଟଣା ର ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

Exit mobile version