ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବନବିଭାଗ ପକ୍ଷରୁ ନିରୀହ ଆଦିବାସୀଙ୍କ ଉପରେ ମିଥ୍ୟା ମକଦ୍ଦମା ପ୍ରତିବାଦରେ ଆଜି ପ୍ରକୃତି ପ୍ରେମୀ ଅନୁଷ୍ଠାନ ପ୍ରେରଣା ଇଣ୍ଟରନ୍ୟାସନାଲ ସଂଘଠନ ତରଫରୁ ବନବିଭାଗ ଓ ଏସ୍.ଡି,ପି.ଓ. କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ । ଏସିଆ ମହାଦେଶର ସର୍ବ ବୃହତ୍ତମ ଶାଗୁଆନ ଜଙ୍ଗଲ ଖୋର୍ଦ୍ଧା ବନଖଣ୍ଡ ଅଧିନ ବାଣପୁର ବ୍ଲକ୍ ଆଦିବାସୀ ଅଧ୍ୟୁଷିତ ଦାମିଆ ବରବରାରେ ଅବସ୍ଥିତ । କିନ୍ତୁ ଏବେ ଜଙ୍ଗଲରେ ଗଛ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ବନବିଭାଗ ଓ କାଠ ମାଫିଆ ମାନଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ଶହ ଶହ ଶାଗୁଆନ ଗଛ ହରିଲୁଟ । ଯାହାକୁ ନେଇ ଏବେ ପରିବେଶବିତ ଓ ସ୍ଥାନୀୟ ଜଙ୍ଗଲ କମିଟି ଚିନ୍ତା ପ୍ରକଟ କରିଛନ୍ତି । ଏହି ଶାଗୁଆନ ଜଙ୍ଗଲ ସୁରକ୍ଷା ଦାୟିତ୍ୱ ପୂର୍ବରୁ କେନ୍ଦ୍ରିୟ ସୁରକ୍ଷା ବଳଙ୍କ ଉପରେ ଥିବା ବେଳେ ଏବେ ତାହାକୁ ହଟାଇ ଦିଆଯାଇ ଜଙ୍ଗଲ ବିଭାଗ ହାତକୁ ଟେକି ଦେଇଛନ୍ତି ରାଜ୍ୟ ସରକାର । ଫଳରେ ବନ କର୍ମଚାରୀ ଓ କାଠ ମାଫିଆଙ୍କ ମିଳି ଭଗତ ରେ ପ୍ରତିଦିନ ବଡ ବଡ ଶାଗୁାଆନ ଗଛ କାଟି ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ଗତ ୧ ତାରିଖରେ ବନ କର୍ମଚାରୀ ମାନେ ଜଙ୍ଗଲକୁ ସୁରକ୍ଷା ଦେଉଥିବା ସ୍ଥାନୀୟ ବନ ସୁରକ୍ଷା ସମିତି ଅଗୋଚରେ ବଡ ବଡ ଶାଗୁଆନ ଗଛ କାଟି ଗ୍ରାମବାସୀଙ୍କ ଦ୍ଵାରା ଅଟକ ରହିବା ଘଟଣା ସାରା ଅଂଚଳରେ ବନ ବିଭାଗର କାଠ ମାଫିଆ ମାନଙ୍କ ସହ ସଂପର୍କ କୁ ପୁଣି ଥରେ ପଦାରେ ପକାଇଥିଲା । ବନ ବିଭାଗ କର୍ମଚାରୀ ମାନେ ଏ ନେଇ ପୋଲିସ୍ ରେ ଅଭିଯୋଗ କରିବା ପରେ ସ୍ଥାନୀୟ ପୋଲିସ୍ ୨ ଜଣ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ୍ ଓ ବନ ବିଭାଗ ର ଏଭଳି କାର୍ଯ୍ୟକୁ ତିବ୍ର ବିରୋଧ କରିଛନ୍ତି ପ୍ରେରଣା ଅନୁଷ୍ଠାନର ସଭାପତି ତଥା ପ୍ରକୃତି ପ୍ରେମୀ ଡଃ ଦିଲିପ କୁମାର ଶ୍ରୀଚନ୍ଦନ ।
ନିରୀହ ଆଦିବାସୀଙ୍କ ଉପରେ ମିଥ୍ୟା ମକଦ୍ଦମା ପ୍ରତିବାଦରେ ବନବିଭାଗ ଓ ଏସ୍.ଡି,ପି.ଓ. କାର୍ଯ୍ୟାଳୟ ସମ୍ମୁଖରେ ଧାରଣା !!!

