Site icon Awaj Media

ଗଞ୍ଜେଇ ସହ ଗାଡି ଜବତ : ଗାଡ଼ି ଛାଡ଼ି ଗଞ୍ଜେଇ ମାଫିଆ ଚମ୍ପଟ !

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପକ୍ଷରୁ ଏକ ପିକ୍ଅପ ଗାଡ଼ି ସହ ବ୍ୟାପକ ଗଞ୍ଜେଇ ଜବତ କରାଯାଇଛି। ସୂଚନା ଅନୁସାରେ, ଫିରିଙ୍ଗିଆ ନିକଟସ୍ଥ ସାଢିଙ୍ଗିଆ ଅଞ୍ଚଳରୁ ଭୁବନେଶ୍ୱର ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା କୌଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ଫିରିଙ୍ଗିଆର ଶିମିଳି ସାହି ନିକଟରେ ପହଞ୍ଚିବା ବେଳେ ଗଞ୍ଜେଇ ମାଫିଆ ମାନେ ରାସ୍ତା କଡ଼ରେ ପିକ ଅପ୍ ଡାଲା ଗାଡ଼ି ( ଓଡି୦୫ଏଏକ୍ସ ୦୨୬୩) କୁ ଛାଡ଼ି ଚମ୍ପଟ ମାରିଥିଲା। ଯାଞ୍ଚ ବେଳେ ସେଥିରୁ ୫ କୁଇଣ୍ଟାଲ ୫ କେଜି ଗଞ୍ଜେଇ ପୁଲିସ ଜବତ କରିଛି। ଏନେଇ ଫିରିଙ୍ଗିଆ ଥାନା ରେ ୧୨୯/୨୧ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି ।

Exit mobile version