Site icon Awaj Media

ପୋଖରୀରୁ ମିଳିଲା ନିଖୋଜ ଯୁବତୀଙ୍କ ମୃତଦେହ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରି ଥାନା ଅନ୍ତର୍ଗତ ଅଟ୍ରି ଗ୍ରାମର ରମେଶ ବାରିକଙ୍କ ଝିଅ ସେବତୀ ଗୁରୁବାର ଦିନ ଠାରୁ ନିଖୋଜ ହୋଇ ଯାଇଥିଲେ । ଏ ନେଇ ପରିବାର ଲୋକ ବହୁ ଖୋଜାଖୋଜି ପରେ ଘର ଲୋକମାନେ ଶୁକ୍ରବାର ଦିନ ବାଘମାରି ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳେ ତାଙ୍କ ଘର ନିକଟ ପୋଖରୀରେ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେବା ପରେ ପରିବାର ପକ୍ଷରୁ ମୃତଦେହ ଚିହ୍ନଟ କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର, ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀକାନ୍ତ ଶତପଥି ଓ ବାଘମାରି ଥାନା ସବ ଇନିସପେକ୍ଟର ବ୍ରହ୍ମାନନ୍ଦ ସ୍ଵାଇଁ ପ୍ରମୁଖ ପହଞ୍ଚି ଘଟଣା ଉପରେ ତଦନ୍ତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବା ସହିତ ସତ୍ୟ ଲୋକ ଲୋଚନକୁ ଆସିବ ।

Exit mobile version