Site icon Awaj Media

ବେଆଇନ ଚୋରା ଚାଲାଣ ସମୟରେ ଗୋରୁ ଗାଡ଼ି କୁ ଧରିଲେ ଅଞ୍ଚଳ ବାସୀ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ବେଆଇନ ଚୋରା ଚାଲାଣ ସମୟରେ ଗୋରୁ ଗାଡ଼ି କୁ ଧରିଲେ ଗ୍ରାମବାସୀ . ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର ଜିରାଳ ଅଂଚଳରୁ 3 ଟି ପିକଅପ ରେ ଗୋରୁ ଚାଲାଣ ହେଉଥିବା ସମୟରେ ଅଞ୍ଚଳବାସୀ ଗାଡି ତିନୋଟିକୁ ଜବତ କରିଛନ୍ତି । ଅଞ୍ଚଳ ବାସୀଙ୍କ କହିବା ଅନୁଯାୟୀ ଗୋରଡ଼ିଆ ରୁ ଓଢଣ ଆଡକୁ ରାତି ପ୍ରାୟ 8 ଟା ସମୟରେ 3 ଟି ପିକଅପ ଭ୍ୟାନ ଗୋରୁ ଚାଲାଣ କରି ନେଉଥିବା ର ଦେଖି ଅଞ୍ଚଳବାସୀ ଗାଡ଼ି ଗୁଡିକୁ ଗୋଡ଼ାଇ ଧରିଥିଲେ । ପ୍ରତି ଭ୍ୟାନ ରେ 5 ଟି ଲେଖାଏଁ ମୋଟ 15 ଟି ଗୋରୁକୁ ଅଂଚଳ ବାସୀ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରୁ ଗାଡ଼ି ଚାଳକ ମାନେ ଫେରାର ହୋଇ ଯାଇଥିବା ସ୍ଥଳେ ଗାଇ ଗୁଡିକୁ ଉଦ୍ଧାର କରିବା ସହ ନିକଟସ୍ଥ ପୋଲିସ ଷ୍ଟେସନକୁ ଖବର ଦେଇଥିଲେ । ଗୋରୁ ଗୁଡିକୁ ଭଦ୍ରକ ଜିଲ୍ଲାକୁ ଚାଲାଣ ହେଉଥିବା ଅଞ୍ଚଳବାସୀ ଅନୁମାନ କରୁଛନ୍ତି । ଗାଡ଼ି ୩ଟି ର ରେଜିଷ୍ଟ୍ରସନ ନମ୍ବର ହେଲା OD 06H 5081, OD 06B 3770 ଏବଂ OD 06F 3048 । ଗୋରୁଗୁଡିକୁ ଭଦ୍ରକ ଜିଲ୍ଲାକୁ ଚାଲାଣ ହେଉଥିବା ଅଞ୍ଚଳବାସୀ ଅନୁମାନ କରୁଛନ୍ତି ।

Exit mobile version