Site icon Awaj Media

ବାଲୁଗାଁ ଅବକାରୀ ବିଭାଗର ଚଢ଼ାଉ : ଦେଶୀ ମଦ ଜବତ , ଦୁଇ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନସ୍ଥ ଏକାଧିକ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରାଯାଇ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ଅବକାରୀ ବିଭାଗ ତରଫରୁ ବଡ଼କୁଳ ଏବଂ ଚନ୍ଦ୍ରାପୁଟ ଗ୍ରାମରେ ଚଢ଼ାଉ କରାଯାଇ ଦୁଇ ଜଣ ଦେଶୀ ମଦ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦୮ ଲିଟର ଦେଶୀ ମଦ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଧରମା ଜାଲି ଓ କିଶୋର ସାହୁ । ଏ ସଂକ୍ରାନ୍ତରେ ପି.ଆର ନମ୍ବର ୭୨ / ୨୧ ଏବଂ ୭୩ / ୨୧ ରେ ଦୁଇ ଗୋଟି ମାମଲା ରୁଜୁକରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଅବକାରୀ ବିଭାଗ ସୂଚନା ଦେଇଛି । ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ମନୋଜ କୁମାର ବାରିକ, ଟାଙ୍ଗି ଅବକାରୀ ଅଧିକାରିଣୀ ସୁନିତା ଦଳାଇ ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ ।

Exit mobile version