Site icon Awaj Media

ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଜଗତସିଂହପୁର ଜିଲ୍ଳା ବିଜେପିର ଏସପି ଅଫିସ ଘେରାଉ !!!

Spread the love

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ବିଜେଡି ବିଧାୟକ ତଥା ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ବିଜେପି ପକ୍ଷରୁ ସାରା ରାଜ୍ୟରେ ବିକ୍ଷୋଭ ଓ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଜଗତସିଂହପୁର ଜିଲ୍ଲା ରେ ଭାରତୀୟ ଜନତା ପାର୍ଟି ପଷରୁ ମମିତା ମେହେର ହତ୍ୟାକାଣ୍ଡ ର ସିବିଆଇ ତଦନ୍ତ ଦାବି ଓ ଗୃହମନ୍ତ୍ରୀ କ୍ୟାପେଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଏବଂ ଗିରଫ ଦାବିରେ ଏସପି ଅଫିସ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ସ୍ଥାନୀୟ ସାରଦା ମଣ୍ଡପ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଏସପି ଅଫିସ ସମ୍ମୁଖରେ ଥିବା ପୋଲିସ ବ୍ୟାରିକେଡ ଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରତିବାଦ ସଭା କରି ରାଜ୍ୟର ବିଜେଡି ସରକାର ବିରୋଧରେ ଗର୍ଜନ କରିବା ସହିତ କ୍ୟାପେଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଗିରଫ ଦାବି ସହ ଗୃହ ମନ୍ତ୍ରୀ ପଦରୁ ବହିଷ୍କାର ଦାବିରେ ଏକ ଦାବିପତ୍ର ଏସପିଙ୍କୁ ପ୍ରଦାନ କରିଥିଲେ । ତେବେ ବିଜେପି କର୍ମୀ ମାନେ ପୋଲିସ ସହ ଧସ୍ତାଧସ୍ତି ହୋଇ ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିବା ନେଇ ପୋଲିସ ବିଜେପି କର୍ମୀ ମାନଙ୍କୁ ଗିରଫ କରିଥିଲେ । ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ଗ୍ରାମ ଓ ସହର ଅଞ୍ଚଳରୁ ଶତାଧିକ ବିଜେପି କର୍ମୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ।

Exit mobile version