Site icon Awaj Media

ସୁକରଣ ଗ୍ରାମରୁ ଟିପର ଚୋରି ଘଟଣା ର ପର୍ଦ୍ଦାଫାସ କଲା ସୁକିନ୍ଦା ପୋଲିସ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ସୁକରଣ ଗ୍ରାମରୁ ୨୧ ତାରିଖ ବିଳମ୍ବିତ ରାତିରେ ଡ୍ରାଇଭର ଅମ୍ବୁଜ ବାରିକଙ୍କ ଘର ସମ୍ନାରୁ ଟିପର ନଂ ORO9K3472 ଗାଡିଟି ଚୋରି ହୋଇଥିବା ଡ୍ରାଇଭର ଆମ୍ବୁଜ ବାରିକ ସୁକିନ୍ଦା ଥାନରେ ଲିଖିତ ଅଭିଯୋଗ ଦେବା ସହିତ ଗାଡି ମାଲିକଙ୍କ ଚିତ୍ତରଞ୍ଜନ ସାମଲଙ୍କ ତରଫରୁ ମଧ୍ୟ ସୁକିନ୍ଦା ଥନରେ ଏକ ଲିଖିତ ଅଭିଯୋଗ ହୋଇଥିଲା . ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତିକରି କେଶ ନଂ 213 / 21 ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ବେଳେ ସୁକିନ୍ଦା ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ ଶିବଚରଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ 29 ତାରିଖ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲାର ନୀହଲପ୍ରସାଦ ଥାନା ଅନ୍ତର୍ଗତ ଗମ୍ଭାରୀ ଶାଳ ଜଙ୍ଗଲ ମଧ୍ୟରୁ ଦରଖଣ୍ଡିଆ ଟିପରକୁ ଜବତ କରିବା ସହିତ ଏହି ଟିପର ଚୋରି ଘଟଣାରେ ସମ୍ପୃକ ଥିବା ମୁଖ୍ୟ ଆସାମୀ ଚୋରି ଟିପର ଡ୍ରାଇଭର ସୁକରଣ ଗ୍ରାମର ଅମ୍ବୁଜ ବାରିକଙ୍କ ସହିତ, ସୁକରଣ ଗ୍ରାମର ହଳଧର ମହାପତ୍ର, ସୁଦାମ ପ୍ରଧାନ , ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଗହମପୁର ଗ୍ରାମର ହଳଧର ପଣ୍ଡାଙ୍କ ସହିତ ଢେଙ୍କାନାଳ ଜିଲ୍ଲାର ନିହଲପ୍ରସାଦ ଗ୍ରାମ ପାଖ ଗମ୍ଭାରିଆ ଗ୍ରାମର ନଗେନ ଜଙ୍କଙ୍କୁ ସୁକିନ୍ଦା ପୋଲିସ ଗିରଫ କରି ତାଙ୍କଠାରୁ ଖଣ୍ଡ ବିଖଣ୍ଡିତ ଟିପରଟିକୁ ଜବତ କରିଛି . ଅଭିଯୁକ୍ତ ମାନଙ୍କୁ ସୁକିନ୍ଦା ବିଚାରଧୀନ ଅଦାଲତକୁ ପଠେଇ ଦିଆଯାଇଥିବା ସୂଚନା ଦେଇଛନ୍ତି ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ ଶିବ ଚରଣ ବେହେରା ।

Exit mobile version