Site icon Awaj Media

ଆଶାକର୍ମୀ ଆକ୍ରମଣକାରୀଙ୍କୁ ଗିରଫ ପାଇଁ ବିଜେପି ର ଦାବି !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍‌ର କାଲୁରିଆ ଗ୍ରାମପଂଚାୟତର ଠାକୁରାପାଳ ଗ୍ରାମର ଆଶାକର୍ମୀଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ ଅଭିଯୋଗ । ଅନୁସାରେ ଜାଗାବାଡି ଘଟଣାକୁ ନେଇ କାଲୁରିଆ ଗ୍ରାମପଂଚାୟତର ଠାକୁରାପାଳ ଗ୍ରାମର ଆଶାକର୍ମୀ ମିନତୀ ସାଇଁଙ୍କୁ ତାଙ୍କ ଘରେ କେହି ନଥିବା ସମୟରେ ସେହି ଗ୍ରାମର ଅଭିଷେକ କଅଁର ନାମକ ବ୍ୟକ୍ତି ଯିଏ କି ସେହି ପଂଚାୟତରେ ନାଏବ ସରପଂଚ ଦାୟିତ୍ବରେ ଅଛନ୍ତି , ତାଙ୍କୁ ଉଠାଇ ନେଇ ବାରିପଟେ ଥିବା ଏକ ଗୋବର ଗାଡିଆରେ ଜୀବନରୁ ମାରିଦେବା ପାଇଁ ପୋତି ଦେଇଥିଲେ । ହଠାତ୍ ତାଙ୍କ ମା’ ଦେଖି ତାଙ୍କ ନାତିକୁ ଖବର ପଠାଇ ଡାକି ଆଶା କର୍ମୀଙ୍କୁ ଉଦ୍ଧାର କରିଥିଲେ ଓ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ । ସେ ଏବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ଆଜକୁ ପ୍ରାୟ ସାତଦିନ ବିତି ଯାଇଥିଲେ ବି ପୀଡିତାଙ୍କ ପରିବାର ଲୋକ ଅଭିଯୋଗ କରିବା ସତ୍ତ୍ବେ ବି ପୋଲିସ୍‌ ନା ଆସାମୀକୁ ଧରିବାରେ ସକ୍ଷମ ହୋଇଛି ନା ପୀଡିତାକୁ ନ୍ୟାୟ ଦେଇପାରିଛି । ଓଡିଶା ସରକାର ଯେତେବେଳେ ସାରା ରାଜ୍ୟରେ ଡିଣ୍ଡିମ ପିଟି ନାରା ଦେଉଛନ୍ତି ମା’କୁ ସମ୍ମାନ ଓ ମହିଳା ସଶକ୍ତିକରଣ କଥା ଏଠି ଜଣେ କରୋନା ଯୋଦ୍ଧା ବୋଲି ରାଜ୍ୟ ସରକାର ଆଶା କର୍ମୀମାନଙ୍କୁ ଘୋଷଣା କରିଥିବା ନାରୀମାନଙ୍କୁ ନା ସୁରକ୍ଷା ଦେଇପାରୁଛନ୍ତି ନା ନ୍ୟାୟ ଦେଇପାରୁଛନ୍ତି । ଆଜି ଏହି ଘଟଣା ବାବଦରେ ଶୁଣି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସାଇଁ ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୀଡିତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କଥା ବୁଝିଥିଲେ ଓ ଢେଙ୍କାନାଳ ଜିଲ୍ଲା ଏସ୍‌ଡିପିଓଙ୍କୁ ଭେଟି ତୁରନ୍ତ ଦୋଷୀକୁ ଗିରଫ କରିବା ପାଇଁ ଦାବିକରିଥିଲେ । ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦକ ସସ୍ମିତା ସାମଲ , ସାଧାରଣ ସମ୍ପାଦିକା ରୋଜାଲିନ୍ ପାତ୍ର , ଉପସଭାନେତ୍ରୀ ଜୟନ୍ତୀ ପ୍ରଧାନ , ସମ୍ପାଦିକା ମଧୁସ୍ମିତା ପୁହାଣ , ସମ୍ପାଦିକା ଉଲୀ ନାୟକ , ନଗରମଣ୍ଡଳ ସଭାପତି ଅଜୟ କୁମାର ଭଞ୍ଜ , ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା , ଜିଲ୍ଲା ଯୁବମୋର୍ଚ୍ଚା ସୋସିଆଲ୍ ମିଡିଆ ଓ ଅଫିସ୍ ସମ୍ପାଦକ ସୁଚିତ୍ର ବେହେରା , ବରିଷ୍ଠ ବିଜେପି ନେତା ସନ୍ତୋଷ କୁମାର ମିଶ୍ର , ସମୀର ସାହୁ , ଦେବବ୍ରତ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version