ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଅନଲାଇନରେ ଶିଶୁ ଙ୍କ ଯୋୖନ ନିର୍ଯାତନା ଅଭିଯୋଗ ଆସିବା ପରେ ଏବେ ଚର୍ଚ୍ଚାକୁ ଆସିଛି ଢେଙ୍କାନାଳ ଜୁବୁଲି ଟାଉନ କଲୋନୀ ସାହି . ଅନଲାଇନରେ ଶିଶୁ ଙ୍କ ଯୋୖନ ନିର୍ଯାତନା ଅଭିଯୋଗରେ CBI ପକ୍ଷରୁ ରେଡ୍ ଚାଲିଥିବା ସମୟରେ ଦେଖା ଦେଇଥିଲା ଉତ୍ତେଜନା । ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ CBI ସ୍ଥାନୀୟ ବସିନ୍ଦା ସୁରେନ୍ଦ୍ର ନାଏକ ଓରଫ ମିଥୁନକୁ ଅଟକ ରଖି ଜେରା କରିଥିଲା । ଦୀର୍ଘ ସମୟ ଧରି ଅଟକ ରଖି ଜେରା କରୁଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦା CBI ଟିମ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି CBI ଟିମ ସଦସ୍ୟଙ୍କୁ ଉଦ୍ଧାର କରିବା ସହିତ ଜେରା ହେଉଥିବା ଅଭିଯୁକ୍ତର ମୋବାଇଲ କୁ ମଧ୍ୟ ଜବତ କରିଥିଲା । ତେବେ ବସ୍ତି ବାସିନ୍ଦା ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ପୋଲିସ ଠାରୁ ଛଡାଇ ନେବାରେ ସକ୍ଷମ ହୋଇଥିଲେ । CBI ର ଏକ ପାଞ୍ଚଜଣିଆ ଟିମ ସହିତ କଲିକତାର ଟେକନିକାଲ ଟିମ ଚଢାଉରେ ସାମିଲ ଥିଲେ ବୋଲି ସୂଚନା ମିଳିଛି ।
ଚର୍ଚ୍ଚାରେ ଢେଙ୍କାନାଳ ଜୁବୁଲି ଟାଉନ କଲୋନୀ ସାହି !!!

