ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ସାପୋଇନାଳି ଗାଁ ର ଗଞ୍ଜେଇ ବେପାରୀ ଚିତରଞ୍ଜନ ସାହୁ ଓରଫ ପିଣ୍ଟୁ ଙ୍କ ଘରେ ଶନିବାର ପୋଲିସର ଚଢ଼ାଉ କରିଛି । ଗଞ୍ଜେଇ କାରବାରରେ ଠୁଳ କରିଥିବା ବେଆଇନ୍ ସମ୍ପତ୍ତିକୁ ଜବତ କରିବା ପାଇଁ ଭୋର ୩ଟାରୁ ଏକ୍ସିକ୍ୟୁଟିଭ ମାଜିଷ୍ଟ୍ରେଟ ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା , ଅନୁଗୁଳ ଏସଡିପିଓ ଭବାନୀ ଶଙ୍କର ଉଦଗାତା ଓ ଛେଣ୍ତିପଦା ଥାନା ଅଧିକାରୀ ଧିରେନ କୁମାର ବେହେରାଙ୍କ ନେତୃତ୍ୱରେ ପୁଲିସ ଟିମ୍ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ଚିତ୍ତରଞ୍ଜନଙ୍କ ଘରୁ ନଗଦ ୨୦ ଲକ୍ଷ ୫୦ ହଜାର ଟଙ୍କା , ଗୋଟିଏ ଟେଣ୍ଟେହାଉସ୍ ରୁ ୫୦ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ , ଏହା ସହ ପରିବାର ସଦସ୍ୟଙ୍କର ବିଭିନ୍ନ ବ୍ୟାଙ୍କର ୨୦ ଟି ଖାତା ସମେତ ଟ୍ରାକ୍ଟର , ଧାନ ଅମଳ ମେସିନ୍ , ଗୋଟିଏ କାର ଆଦି ଜବତ କରିବା ସହ ବହୁ ଜମିଜମାର ପଟ୍ଟା ଜବତ କରିଛି । ବର୍ତ୍ତମାନ ସୁଦ୍ଧା ପୁଲିସ ଏକ କୋଟି ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତିର ଠାବ କରି ସାରିଲାଣି । ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଚଢ଼ାଉ ପରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଜିବ ବୋଲି ପୁଲିସ ପ୍ରକାଶ କରିଛି ।
ଗଞ୍ଜେଇ ବେପାରୀଙ୍କ ଘରେ ପୁଲିସ ଚଢ଼ାଉ !!!

