Site icon Awaj Media

ସନ୍ଦେହଜନକ ଅବସ୍ଥାରେ ସିଆରପିଏଫ କର୍ମଚାରୀଙ୍କ ମୃତଦେହ ଉଦ୍ଧାର !!!

Spread the love

ମୃତ କର୍ମଚାରୀ ବୈଦେଶ୍ଵର ଥାନା ଅନ୍ତର୍ଗତ କାଳିପୋଇ ଗ୍ରାମର ଦେବ ପ୍ରସାଦ ମହାପାତ୍ର

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ସନ୍ଦେହଜନକ ଅବସ୍ଥାରେ ସିଆରପିଏଫ କର୍ମଚାରୀଙ୍କ ମୃତଦେହ ଉଦ୍ଧାର . ସୂଚନା ଅନୁସାରେ ସିଆରପିଏଫ ରେ କାର୍ଯ୍ୟରତ ଦେବପ୍ରସାଦ ମହାପାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି କମିଶନରେଟ ପୁଲିସ . ବାଙ୍କୀ ନିର୍ବାଚନ ମଣ୍ଡଳୀ ବୈଦେଶ୍ଵର ଥାନା ଅନ୍ତର୍ଗତ କାଳିପୋଇ ଗ୍ରାମର ଦେବପ୍ରସାଦ ମହାପାତ୍ର ସିଆରପିଏଫ ରେ କାର୍ଯ୍ୟ କରୁଥିବା ସମୟରେ ଆଜି କାର୍ଯ୍ୟାଳୟ ଭିତରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା . ସିଆରପିଏଫ କର୍ତ୍ତୁପକ୍ଷଙ୍କ ଠାରୁ ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି . ତେବେ ମୃତଦେହ ଟି ଏକ ଝରକା ରେଲିଂରେ ଝୁଲୁଥିବା ବେଳେ ଦୁଇ ଗୋଡ ସଂପୂର୍ଣ୍ଣ ତଳେ ଲାଗିଥିବାର ଦେଖିବାକୁ ମିଳିଛି . ସାଇଣ୍ଟିଫିକ ଟିମ ସହାୟତାରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ସମୟରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସାମନାକୁ ଆସିବା ବୋଲି ପ୍ରକାଶ କରିଛି ପୁଲିସ .

Exit mobile version