Site icon Awaj Media

କୋଉଠି ଅଟକିଛି ଡମପଡା ବ୍ଲକ ମନରେଗା ମହାଦୁର୍ନୀତି ତଦନ୍ତ ??

Spread the love

!!! ନେତାଙ୍କ ମାର୍ଫତରେ ହେଇଗଲାକି ମାଲପାଣି କାରବାର !!!

ବାଙ୍କୀ // ଡମପଡା ( ଆୱାଜ ମିଡ଼ିଆ ) – ଅନନ୍ତ ରଣା // ସୁବ୍ରତ କୁମାର ନାୟକ : ଭିଜିଲାନସ ଟିମ ଗଲେ . କୁସୁପଙ୍ଗୀ ପଞ୍ଚାୟତରେ କାଗଜପତ୍ର ତନଖି କଲେ . ଗଣ୍ଡା ଗଣ୍ଡା ଫାଇଲ ଘାଣ୍ଟି ପକାଇଲେ . ହେଲେ ବହୁ ଆଡମ୍ବରରେ ଲଘୁକ୍ରିୟା . ଖାଲି ଦିନ ଗଡି ଚାଲିଛି – ଫଳ ଶୂନ . ଲୋକେ କହିଲେଣି ଆକ୍ସିସ ବ୍ୟାଙ୍କ ଆକାଉଣ୍ଟ ରୁ ଟଙ୍କା ଉଠି , କାଳିଗଳି ଦେଇ ବାବୁ ମାନଙ୍କ ପାଖରେ ପହଞ୍ଚିଗଲା . ଆଗକୁ ନିର୍ବାଚନ ଥିବାରୁ ଏବେ ତଦନ୍ତ ପ୍ରକ୍ରିୟାରେ ବ୍ରେକ ଦେବା ପାଇଁ ଡ଼ିଲ ଫାଇନାଲ ହେଇଛି . ସେହିପରି ପଞ୍ଚାୟତିରାଜ ବିଭାଗର ଦି ଚାରି ଜଣ ଅଧିକାରୀ ଦୁଲଣାପୁର ପଞ୍ଚାୟତକୁ ଯାଇଥିଲେ . ରାସ୍ତା ଘାଟ , ପାର୍କ , ପୋଖରୀ ବହୁ ନିର୍ମାଣ କାମର ତନଖି କଲେ . ସେମାନେ ବି କୁଆଡେ ବିଭାଗୀୟ ମନ୍ତ୍ରୀଙ୍କର ଚାପରେ ଚେପା . ବିଜେପି ନେତା ମାମଲା କୁ ଉଖାରିଲେ , କଂଗ୍ରେସ ନେତା ଡମପଡା ବ୍ଲକ ଆଗରେ ଧାରଣା ଦେଇ ରଡି ଛାଡିଲେ – ହେଲେ ଶେଷକୁ ଲାଭରେ ରହିଲେ ବିଜେଡି ନେତା . ସବୁ ସେଟିଙ୍ଗ କରିଦେବି କହି ମୋଟା ଅଙ୍କର ମାଲ ହାତେଇଲେ . ଦୁର୍ନୀତିର ଗୁମର ଖୋଲିବା ପରେ ମୁଁହ ଲୁଚେଇ ବୁଲୁଥିବା କୁଜି ନେତା , ଏବେ ପଦାକୁ ବାହାରିଲେଣି . ପଦା କୁ କଣ ମ , ରାଜଧାନୀ ଯାଇ ବିଧାୟକଙ୍କ ବାସଭବନରେ ମିଶ୍ରଣ ପର୍ବରେ ଚୌକି ଉପରେ ଗୋଡ଼ରେ ଗୋଡ ଥୋଇ ବସିଲେଣି . ଯାହା ଶୁଣିବାକୁ ମିଳୁଛି , ସେଥିରୁ ଜଣେ ଜିଲ୍ଲା ପରିଷଦ ଟିକେଟ ମଧ୍ୟ ମାଗୁଛନ୍ତି . ଟିକେଟ ମିଳିବା ବି ଅସମ୍ଭବ ନୁହେଁ . ଠିକଣା ଜାଗାରେ ମାଲ ଲଗେଇ ଦେଲେ ସବୁ ସମ୍ଭବ . କାରଣ , ଇୟେ ହେଉଛି ବାଙ୍କୀ ବିଜେଡି . ଗ୍ରାମାଞ୍ଚଳର ଦୁର୍ନୀତିଗ୍ରସ୍ତ , ଭ୍ରଷ୍ଟାଚାରୀ , ଘୋଟାଲାଵାଜ , ଅର୍ଥ ହଡପକାରୀଙ୍କୁ ଦଳରେ ରଖିବେ , ମିଟିଙ୍ଗରେ ଚୌକି ଦେବେ . ଆଉ ନିଜ ଭାଷଣରେ କହିବେ – ସବୁଜ ବାଙ୍କୀ , ସମୃଦ୍ଧ ବାଙ୍କୀ , ସ୍ୱଚ୍ଛ ବାଙ୍କୀ ଆଉ ସୁସ୍ଥ ବାଙ୍କୀ .

Exit mobile version