Site icon Awaj Media

ଯୋଗାଣ ବିଭାଗର ଚଢ଼ାଉ : ପଦାକୁ ଆସିଲା ଡ଼ିଲରଙ୍କ କଳା କାରନାମା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ପଞ୍ଚାୟତରେ ଥିବା ଡିଲର କାର୍ଯ୍ୟାଳୟ ରେ ଚାଉଳ ଓ ଗହମ ବିତରଣ ରେ ଅନିୟମିତତା କରାଯାଉଥିବା ଖବର ପାଇ ଆଜି କଟକ ଜିଲା ଯୋଗାଣ ବିଭାଗ ଏବଂ ବାଙ୍କୀ ଯୋଗାଣ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିବା ଜଣାପଡିଛି । ଖବର ମୁତାବକ ବାଉଁଶପୁଟ ପଞ୍ଚାୟତ ରେ ଏକ ମାତ୍ର ଡିଲର କାର୍ଯ୍ୟାଳୟ ଥିବାରୁ ଡିଲର ପବି ମାଝୀ ନିଜ ଇଛା ମୁତାବକ ଚାଉଳ , ଗହମ ଓ କିରୋସିନ ଆଦି ବିତରଣ ରେ ଅନିୟମିତତା କରୁଥିବା କୁ ନେଇ ଅଭିଯୋଗ ହୋଇଥିଲା । ଆଜି ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ର ମିଶ୍ର , ଇନ୍ସପେକ୍ଟର କେଦାରନାଥ ପ୍ରଧାନୀ ,ସହକାରୀ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ବେଉରା ଓ ବାଙ୍କୀ ଯୋଗାଣ ବିଭାଗ ପକ୍ଷରୁ ମିଳିତ ଭାବେ ଅଚାନକ ଚଢ଼ାଉ କରି ମେସିନ କୁ ଜବତ କରି ଯାଞ୍ଚ କରିବା ପରେ ମେସିନ ମାଧ୍ୟମରେ ଦିଆଯାଇଥିବା ଚାଉଳ ଓ ଗହମ ବିପୁଳ ପରିମାଣରେ ଷ୍ଟକ ଥିବା ଜଣା ପଡିଥିଲା । ଜିଲା ଯୋଗାଣ ବିଭାଗପକ୍ଷରୁ ମେସିନ, ଚାଉଳ  ଓ ଗହମକୁ ଜବତ କରାଯାଇଥିବା ଜଣାପଡିଛି । ତେବେ ସମ୍ପୃକ୍ତ ଠକ ଡ଼ିଲରଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି ତାହା ଦେଖିବାକକୁ ବାକି ରହିଲା ।

Exit mobile version