Site icon Awaj Media

ପାରଳାଖେମୁଣ୍ଡିରେ ଏଟିଏମ୍ ଲୁଟ ଉଦ୍ୟମ ବେଳେ ତିନି ଗିରଫ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସନ୍ତୋଷୀ ମା ଫିଲିଙ୍ଗ ଷ୍ଟେସନ ନିକଟରେ ଥିବା ଏସ.ବି.ଆଇ ଏଟିଏମ୍ କାଉଣ୍ଟରରୁ ଲୁଟିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ୩ ଜଣ ଦୁର୍ବୃତ୍ତକୁ ଗିରଫ କରିଛି . ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଯାଜପୁର ଗ୍ରାମର ସନ୍ତୋଷ ପ୍ରଧାନ , ଜିତେନ୍ଦ୍ର ନାୟକ ଓ ଗୁରାଣ୍ଡି ଥାନା ଅନ୍ତର୍ଗତ ଉତ୍ତର ସେଲି ଗ୍ରାମର ଦିଲ୍ଲୀପ ସ୍ୱାଇଁ । ବିଳମ୍ବିତ ରାତ୍ରି ସମୟରେ ପାରଳାଖେମୁଣ୍ଡି ଥାନା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଫରେଷ୍ଟ ଗେଟ ଯିବା ରାସ୍ତାରେ ଥିବା ସନ୍ତୋଷୀ ମା ଫିଲିଙ୍ଗ ଷ୍ଟେସନ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏସ ବି ଆଇ ର ଏକ ଏଟିଏମ ର ଏକ କାଉଣ୍ଟର ରୁ କିଛି ଦୃର୍ବୁତ୍ତ ଲୁଟ କରିବାକୁ ଉଦ୍ୟମ କରୁଥିବାର ବିଶ୍ୱସ୍ତ ସୂତ୍ରରୁ ପୋଲିସକୁ ସୂଚନା ମିଳିଥିଲା । ପୋଲିସ ତୁରନ୍ତ ସହରର ସମସ୍ତ ପ୍ରବେଶ ପଥକୁ ସିଲ କରିବା ସହ ଫିଲିଙ୍ଗ ଷ୍ଟେସନ ନିକଟରେ ପହଞ୍ଚି ସନ୍ଦିଗ୍ଧ ଅବସ୍ଥାରେ ୩ ଜଣ ଯୁବକଙ୍କୁ ଦେଖିଥିଲା । ପୋଲିସ ସେଠାକୁ ପହଞ୍ଚିବା ଦେଖି ସମ୍ପୃକ୍ତ ଯୁବକ ମାନେ ଦୌଡ଼ି ପଳେଇ ବାକୁ ଉଦ୍ୟମ କରୁଥିଲେ , କିନ୍ତୁ ପୋଲିସ ତିନି ଜଣ ଙ୍କୁ ଗୋଡାଇ ଗୋଡାଇ ଧରିବା ସହ ସେମାନଙ୍କ ନିକଟରୁ ୨ ଟି ସ୍କ୍ରୁ ଡ୍ରାଇଭର,ଗୋଟିଏ ଶାବଳ, ୱାଇର କଟର, କଳାରଙ୍ଗର ମଙ୍କି କ୍ୟାପ ଜବତ କରିଛି । ଏ ନେଇ ପାରଳାଖେମୁଣ୍ଡି ଏସ ବି ଆଇ ବ୍ୟାଙ୍କର ମୁଖ୍ୟ ଶାଖାରେ ଏଟିଏମ୍ ଫେସିଲେଟର ଭାବେ କାର୍ଯ୍ୟରତ ଅଧିକାରୀ ଦେବରାଜ ପାତ୍ର ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର କରି ପାରଳାଖେମୁଣ୍ଡି ଥାନା କେଶ ନମ୍ବର ୨୬୧ / ୨୧ ଭାରତୀୟ ପିଙ୍ଗଳ କୋର୍ଡ ର ୪୫୭, ୩୮୦, ୫୧୧ ଦଫାରେ ମାମଲା ରୁଜୁ କରିବା ସହ ତିନି ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Exit mobile version