ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସରକାର ସ୍ୱତନ୍ତ୍ର ଭାବେ ଚାଷୀ ମାନଙ୍କ ପାଇଁ ଚାଷ କାର୍ଯ୍ୟ ନିମନ୍ତେ କୃଷିଭିତ୍ତିକ ସାର ,ଔଷଧ ,ବିହନ ଆଦି ଯୋଗାଇ ଦେଉଥିବା ବେଳେ ତାହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖିବାକୁମିଳିଛି କଟକ ଜିଲା ବାଙ୍କିରେ । ଖବର ମୁତାବକ ବାଙ୍କୀ – ଡମପଡ଼ା ବ୍ଲକ ଅନ୍ତର୍ଗତ ଢଁସର ପଞ୍ଚାୟତ ନିକଟସ୍ଥ ଭୋକାଶଙ୍ଖ ତଳେ ହଜାର ହଜାର ଟଙ୍କା ମୂଲ୍ୟର କୃଷି ସାର, ଔଷଧ, ବିହନ ଓ କୃଷି ଜାତ ଦ୍ରବ୍ୟ ଆଦି ଲୁକାଇତ ଭାବେ ଫୋପଡା ଯାଇଥିବା ଆଜି ଅପରାହ୍ନରେ ଅଂଚଳର କେତେକ ଚାଷୀ ଦେଖିଥିଲେ ।ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷପ୍ରକାଶ ପାଇଥିଲା। ଚାଷୀମାନଙ୍କ ପାଇଁ ଆସିଥିବା ଜୈବିକ ସାର, ଧଣ୍ଡିଚା ବିହନ, ଚକଡା ପୋକ ଔଷଧ ଆଦି ବିଭିନ୍ନ ପ୍ରକାର ସାର ଔଷଧ କୃଷକମାନଙ୍କୁ ଦିଆନଯାଇ କେତେକ ଅସାଧୁ ବିଭାଗୀୟ କର୍ମଚାରୀ ଲୁକାୟିତ ଭାବରେ ଆଣି ପୋଲ ତଳେ ଫୋପାଡି ଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଢଁସର ପଞ୍ଚାୟତର ଚାଷୀମାନେ ଏହାକୁ ଆଜି ଦେଖି ପୋଲ ତଳୁ ସଂଗ୍ରହ କରି ରାସ୍ତା ଉପରେ ତୋଇ ରାସ୍ତା ରୋକ କରିଥିଲେ । କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଦିଆନଯାଇ କିପରି ହଜାର ହଜାର ଟଙ୍କାର ସରକାରୀ ଜିନିଷ ଫୋପାଡି ନଷ୍ଟ କରାଯାଉଛି । ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୃଷି ବିଭାଗକୁ କେତେ ପରିମାଣରେ ସାର , ଔଷଧ ଓ ବିହନ ଆସିଥିଲା ଓ କେତେ ପରିମାଣରେ ବାଟମାରଣା କରାଯାଇଛି ଏବଂ ଚାଷୀମାନଙ୍କୁ ଦିଆନଯାଇ କାହିଁକି ଫୋପୋଡା ଯାଇଛି ତାହାକୁ ନେଇ ଆସନ୍ତା ଦିନରେ ବାଙ୍କୀ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚାଷୀ ନକୁଳ ପ୍ରଧାନ, ଅଜୟ ପଣ୍ଡା, ତ୍ରିନାଥ ପ୍ରଧାନ ,ଜିତେନ୍ଦ୍ର କୁମାର ସାହୁ, ରଙ୍କ ସ୍ୱାଇଁ , ଦଣ୍ଡଧର ବେହେରା ରାମ ଜେନା ଙ୍କ ସମେତ ଚାଷୀମାନେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ବାଙ୍କୀ କୃଷି ଜିଲ୍ଲା ଅଧିକାରୀ ଶୈଳେନ୍ଦ୍ର ମହାନ୍ତିଙ୍କୁ ପଚାରିବାରେ ସେ କହିଲେ ଏଇ ଫୋପଡା ଯାଇଥିବା ସାମଗ୍ରୀଗୁଡିକ କୃଷି ବିଭାଗର ନୁହେଁ, ଏହା ଉଦ୍ୟାନ ବିଭାଗର । କିନ୍ତୁ ବାଙ୍କୀ ଉଦ୍ୟାନ ବିଭାଗ ଅଧିକାରୀ ସୌମେନ୍ଦ୍ର ପାଣିଗ୍ରାହିଙ୍କୁ ପଚାରିବାରେ ସେ କହିଲେ ଏହା ଆମ ବିଭାଗର ନୁହେଁ । ବର୍ତ୍ତମାନ ଉଦ୍ଧାର ହୋଇଥିବା ଜିନିଷ ଗୁଡିକ କେଉଁ ବିଭାଗର ତାହା ବାଙ୍କୀ ଉଦ୍ୟାନ ବିଭାଗ ଅଧିକାରୀ ସୌମେନ୍ଦ୍ର ପାଣିଗ୍ରାହିଙ୍କୁ ପଚାରିବାରେ ସେ କହିଲେ ଏହା ଆମ ବିଭାଗର ନୁହେଁ । ବର୍ତ୍ତମାନ ଉଦ୍ଧାର ହୋଇଥିବା ଜିନିଷ ଗୁଡିକ କେଉଁ ବିଭାଗର ତାହା ଉଚ୍ଚସ୍ତରରେ ତଦନ୍ତ କରାଗଲେ ଫୋପୋଡା ଯାଇଥିବା କୃଷି ଜାତ ସାମଗ୍ରୀ ସବୁ କେଉଁ ବିଭାଗର ବୋଲି ଜଣାପଡିବା ସହିତ ଉକ୍ତ ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି ।
ଶଙ୍ଖ ତଳେ ପଡିଛି କୃଷି ସାର, ଔଷଧ ଓ ବିହନ !!!

