Site icon Awaj Media

କଳିଙ୍ଗନଗର ସ୍ଥିତ ଟାଟା ପ୍ଲାଣ୍ଟ ପାର୍ଶ୍ୱରୁ ବିପୁଳ ପରିମାଣର ଲୁହା ପ୍ଲେଟ ଓ ଅନ୍ୟାନ୍ୟ ଚୋରା ସାମଗ୍ରୀ ଜବତ : ୭ ଜଣ ଅଭିଯୁକ୍ତ ଗିରଫ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ସ୍ଥିତ ଟାଟା ପ୍ଲାଣ୍ଟ ପାର୍ଶ୍ୱରୁ ରବିବାର ସନ୍ଧ୍ୟା ସମୟରେ କିଛି ଲୁଟେରା ବିପୁଳ ପରିମାଣର ଲୁହା ପ୍ଲେଟ, ତମ୍ବା ତାର ଚୋରା ଚାଲାଣ କରୁଥିବା କଳିଙ୍ଗନଗର ପୋଲିସ ଵିଶେଷ ସୂତ୍ରରୁ ସୂଚନା ପାଇ ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରିୟବ୍ରତ ରାଉତଙ୍କ ନେତୃତ୍ୱରେ ଏକ ଟିମ ଟାଟା ପ୍ଲାଣ୍ଟ ପାର୍ଶ୍ଵରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ଲୁହା ପ୍ଲେଟ, ତମ୍ବା ତାର , ଦୁଇଟି ଗ୍ୟାସ ସିଲିଣ୍ଡର , କଟର ସହିତ ଏକ ପିକପ ଗାଡି ନଂ OD 33 E 1362 କୁ ଜବତ କରିଛନ୍ତି . ବେଆଇନ ଚୋରା କାର୍ଯ୍ୟରେ ଲିପ୍ତ ଥିବା ତିନିଜଣ କବାଡ଼ିଆ ଢେଙ୍କାନାଳ ଜିଲ୍ଲାର ପିଙ୍ଗୁଆ ଗ୍ରାମର ବିଶ୍ୱରଞ୍ଜନ ହାତୀ ,କବାଟବନ୍ଧ ଗ୍ରାମର ଚୈତନ୍ୟ ପ୍ରଧାନ ଏବଂ ବିହାର ଅଞ୍ଚର ଉମେଶ କୁମାରଙ୍କୁ କଳିଙ୍ଗନଗର ପୋଲିସ ଗିରଫ କରିବା ସହିତ ଏହି କେଶରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ବିହାର ଅଞ୍ଚଳର ଧର୍ମପାଳ କୁମାର, କଳିଙ୍ଗନଗର ଥାନା ଅନ୍ତର୍ଗତ ବାଘୁଆପାଳ ଗ୍ରାମର ସୋମନାଥ ପିଙ୍ଗୁଆ, ମଟା ପୂର୍ତ୍ତି, ଶିବ ବିରୁଆଙ୍କୁ ଘଟଣାସ୍ଥଳରୁ ଗିରଫ କରି ଅଭିଯୁକ୍ତଙ୍କ ନାମରେ କେଶ ନଂ 294 / 21 ମାମଲା ରୁଜୁକରି ସୋମବାର ଅପରାହ୍ନ ସମୟରେ କୋର୍ଟ ଚାଲାଣ କରିଛି . ଚୋରା ଚାଲାଣ କାର୍ଯ୍ୟରେ ସମ୍ପୃକ ଥିବା ଅନ୍ୟ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଖସି ପଳେଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି କଳିଙ୍ଗନଗର ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରିୟବ୍ରତ ରାଉତ ।

Exit mobile version