ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ହତ୍ୟା – ଆତ୍ମହତ୍ୟା ସନ୍ଦେହ କୁହେଳି ଭିତରେ ଜୁଲି ସୁବୁଦ୍ଧିଙ୍କ ମୃତ୍ୟୁ ଘଟଣା . ନୟାଗଡ଼ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଡେଙ୍ଗାଝରି ଗ୍ରାମର ରିତୁ ମାଣ୍ଡୋଇ ଙ୍କ ସ୍ତ୍ରୀ ଜୁଲି ସୁବୁଦ୍ଧି ଙ୍କ ଶବ କୁ ପୁଲିସ ଜବତ କରିଛି । ଘଟଣା ରୁ ପ୍ରକାଶ ଡେଙ୍ଗାଝରି ଗ୍ରାମର ପନ୍ଦାରି ମାଣ୍ଡୋଇ ଙ୍କ ପୁଅ ରିତୁ ମାଣ୍ଡୋଇ ଲୁଣିସାହି ଗ୍ରାମର ରବି ସୁବୁଦ୍ଧି ଙ୍କ ନାବାଳିକା ଝିଅ ଜୁଲି ସୁବୁଦ୍ଧି କୁ ଶାତ ମାସ ତଳେ ଉଠାଇ ଆଣି ବିବାହ କରିଥିଲା । ଝିଅ ଘର ଲୋକଙ୍କ ଅଭିଯୋଗ ଅନୁଯାୟୀ ବିବାହର ଦୁଇ ମାସ ପରେ ପନ୍ଦାରି ମାଣ୍ଡୋଇଙ୍କ ସ୍ତ୍ରୀ ଏବଂ ପୁଅ ରିତୁ ଝିଅକୁ ବାପ ଘର ସହିତ ଫୋନରେ କଥାବାର୍ତ୍ତା ହେବା ପାଇଁ ବାରଣ କରିବା ସହିତ ଝିଅକୁ ନିର୍ଯାତନା ଦେଉଥିଲେ । ଝିଅ ଘର ଲୋକ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିବା ବେଳେ ପୁଅ ଘର ଲୋକେ ବୋହୂ ଆତ୍ମହତ୍ୟା କରିଥିବା ପ୍ରକାଶ କରିଛନ୍ତି । ଝିଅର ପରିବାର ପକ୍ଷରୁ ରଣପୁର ଥାନା ରେ ଅଭିଯୋଗ କରିବା ପରେ ପୁଲିସ ଶବ ଜବତ କରିବା ସହିତ ରିତୁ ମାଣ୍ଡୋଇ କୁ ଥାନା ରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ହତ୍ୟା – ଆତ୍ମହତ୍ୟା ସନ୍ଦେହ କୁହେଳି ଭିତରେ ଜୁଲି ସୁବୁଦ୍ଧିଙ୍କ ମୃତ୍ୟୁ ଘଟଣା !!!

