Site icon Awaj Media

ନାଚୁଣୀରେ ୮.୪ ଲିଟର ଆସ୍କା ୪୦ ଜବତ : ବେପାରୀ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅଞ୍ଚଳରେ ଜଣେ ମଦ ବେପାରୀକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ବଡ଼ପଦର ଗ୍ରାମର ଚିନ୍ତାମଣି ପଲାଇ । ସୂଚନା ମୁତାବକ ରାତିରେ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ଏବଂ ଏଏସଆଇ ହାଡିବନ୍ଧୁ ନାୟକ ପାଟ୍ରୋଲିଙ୍ଗ କରୁଥିବା ବେଳେ ନାଚୁଣୀ ବଜାରରୁ ଚିନ୍ତାମଣିଙ୍କୁ ଗିରଫ କରିଥିଲେ । ତାଙ୍କ ନିକଟରୁ ୮.୪ ଲିଟର ଆସ୍କା ୪୦ ଜବତ କରିଛି ପୋଲିସ । ଏ ସଂକ୍ରାନ୍ତରେ ବାଣପୁର ଥାନାରେ କେସ ନମ୍ବର ୪୭୧ / ୨୧ ରେ ଏକ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି ।

Exit mobile version