Site icon Awaj Media

ଟାଙ୍ଗୀ ଅବକାରୀ ବିଭାଗର ଚଢାଉ : ୩୦ ଲିଟର ଦେଶୀ ମଦ ଜବତ , ୨ ଜଣ ମଦ ବେପାରୀ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ କନ୍ତଳ ବାଇ ଓ ଟାଙ୍ଗୀ ଗ୍ରାମରେ ଚଢାଉ କରି ଚୋରା ମଦ କାରବାର ଅଭିଯୋଗରେ ୨ ଜଣ ମଦ ବେପାରୀ ଗିରଫ କରିଛି । ତାଙ୍କ ପାଖରୁ ୩୦ ଲିଟର ଦେଶୀ ମଦ ଜବତ କରିଛି, ଗିରଫ ଅଭିଯୁକ୍ତ କନ୍ତଳ ବାଇ ଗ୍ରାମର ବିପ୍ର ରଂଜନ ପରିଡା ଓ ଟାଙ୍ଗୀ ଗ୍ରାମର ଚରଣ ମହାରଣା । ଟାଙ୍ଗୀ ଅବକାରୀ ଇନସପେକ୍ଟର ଆଲୋକ କୁମାର ପ୍ରଧାନ ଓ ସହକାରୀ ଇନସପେକ୍ଟର ସୁନିତା ଦଳେଇ ଏହି ଚଢାଉ ସାମିଲ ଥିଲେ ।

Exit mobile version