Site icon Awaj Media

ବିଳମ୍ବିତ ରାତିରେ ବଲେରୋ ଚୋରୀ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ସହରର ହୁଲୁରିସିଂହାରୁ ରବିବାର ବିଳମ୍ବିତ ରାତିରେ ଏକ ବୋଲେରୋ ଚୋରି ହୋଇଯାଇଛି । ଗାଡ଼ି ମାଲିକ ସନ୍ତୋଷ କୁମାର ପ୍ରଧାନ ତାଙ୍କ ବୋଲେରୋ (ଓଆର୧୯ଏମ୧୦୭୭) ହୁଲୁରିସିଂହା ନିଜ ଘର ନିକଟରେ ରଖିଥିଲେ । ମାତ୍ର ସକାଳେ ଆସି ଦେଖିଲା ବେଳକୁ ଘର ବାହାରୁ ଗାଡ଼ି ଗାଏବ୍ ହୋଇଯାଇଛି । ବହୁ ଖୋଜାଖୋଜି କରି ନିରାଶ ହେବା ପରେ ସେ ଅନୁଗୁଳ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ପୁଲିସ୍ ଏ ସଂକ୍ରାନ୍ତରେ କେସ ନଂ ୬୮୦/୨୧ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Exit mobile version