Site icon Awaj Media

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର : ବିକ୍ରି ହେଉଥିବା ବେଳେ ମାଡି ବସିଲା କୋଟଗଡ ବନବିଭାଗ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କୋଟଗଡ ଅଭୟାରଣ୍ୟ ରୁ ଏକ ବିରଳ ବଜ୍ରକାପ୍ତା କୁ ଶିକାରୀ ମାନେ ଧରି ବିକ୍ରି ପାଇଁ ଚକ୍ରାନ୍ତ ଚଳାଇଥିବା ବେଳେ କୋଟଗଡ ବନ ବିଭାଗ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରା ଙ୍କ ନେତୃତ୍ବ ରେ ଏକ ଟିମ୍ ଶ୍ରୀରାମପୁର ଜଙ୍ଗଲ ମାଦାଗୁଡା ଠାରେ ବିକ୍ରୀ ପାଇଁ ଡିଲ ବେଳେ ଏକ ଜୀବନ୍ତ ବଜ୍ରକାପ୍ତା କୁ ଧରିଥିବା ବେଳେ ଶିକାରୀ ଫେରାର ହୋଇ ଯାଇଥିବା ଜଣାପଡିଛି ।

ରାଜ୍ୟ ରେ ବିରଳ ବଜ୍ରକାପ୍ତା ରାକେଟ ସକ୍ରିୟ ଥିବା ବେଳେ ପୁର୍ବରୁ ବାଲିଗୁଡ଼ା ଉପଖଣ୍ଡ ର ବାଲିଗୁଡ଼ା, କ. ନୂଆଗାଁ ଅଞ୍ଚଳରୁ ଦୁଇଟି ବଜ୍ରକାପ୍ତା ଧରା ଯାଇଥିବା ବେଳେ କୋଟଗଡ ବନବିଭାଗ ଆଉ ଏକ ବଜ୍ରକାପ୍ତା ଧରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଣୁ ସାଧାରଣ ଲୋକ ସଚେତନ ହେଲେ ଏଭଳି ବିରଳ ଜୀବ ଜନ୍ତୁ ସୁରକ୍ଷା ରହିବ ବୋଲି ଡିଏଫଓ ବିଶ୍ୱ ରାଜ ପଣ୍ଡା ପ୍ରକାଶ କରିଛନ୍ତି।

Exit mobile version