Site icon Awaj Media

ବ୍ୟବଚ୍ଛେଦ ପାଇଁ ବଡ ଡାକ୍ତରଖାନାକୁ ପଠାଗଲା ଗଳିତ ଶବ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ନୂଆ ବର୍ଷ ସକାଳେ କଣିହାଁ ଥାନା ଅନ୍ତର୍ଗତ ଛେଳିଆ ଅଞ୍ଚଳର ଅନୀଲ ପ୍ରଧାନଙ୍କ ଗଳିତ ତଥା କଙ୍କାଳ ସାର ଶବକୁ ବ୍ୟବଛେଦ ନିମନ୍ତେ କଟକ ଏସ୍‌ସିବି ମେଡିକାଲ କଲେଜ ପଠାଯାଇଛି । ଘଟଣାରୁ ପ୍ରକାଶ ଯେ, ପ୍ରାୟ ଦୁଇ ସପ୍ତାହ ତଳେ ଅନୀଲ ନିଖୋଜ ହେବାନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ତିନିଦିନ ତଳେ କଳମଛୁଇଁ ମାଇନିଂ ଏରିଆର ଏକ ନିଛାଟିଆ ଅଂଚଳରେ ଅନୀଲଙ୍କ ଶବ ଠାବ ହୋଇଥିଲା । ପରିବାର ପକ୍ଷରୁ ଶବ ଚିହ୍ନଟ କରାଯିବା ସହ ତାଙ୍କୁ ହତ୍ୟା ନେଇ ଅଭିଯୋଗ କରିଥିଲେ । ଏହାପରେ ଶବକୁ ଅନୁଗୁଳ ଅଣାଯାଇ ଦୁଇଜଣ ଡାକ୍ତରଙ୍କ ଦ୍ୱାରା ବ୍ୟବଛେଦ କରାଯିବ ବୋଲି ନିଷ୍ପତି ନିଆଗଲା । କିନ୍ତୁ ଶବ ଟି ମାତ୍ରାଧିକ ଗଳିତ ହୋଇ ଯାଇଥିବାରୁ ବ୍ୟବଛେଦ ନେଇ ଡାକ୍ତର ଅମଙ୍ଗ ହୋଇଥିଲେ । ତେଣୁ ଶେଷରେ ପୁଲିସ ପକ୍ଷରୁ ଶବ ବ୍ୟବଛେଦ ଓ ତଦନ୍ତ ପାଇଁ ମହାପ୍ରୟାଣ ଗାଡିରେ କଟକ ପଠାଯାଇଛି .

Exit mobile version