Site icon Awaj Media

ବାଲିଗୁଡ଼ା ସବ୍‌ ଜେଲରୁ ଫେରାର କଏଦୀ ବ୍ରାହ୍ମଣୀଗାଁ ଜଙ୍ଗଲରୁ ଗିରଫ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସବ୍‌ଜେଲ୍‌ରୁ ଗତ ୧୩ରେ ଫେରାର ହୋଇଥିବା ବିଚାରାଧୀନ କଏଦୀ ଟୁକୁନା ମାଳିକୁ ବାଲିଗୁଡ଼ା ଓ ବ୍ରାହ୍ମଣୀଗାଁ ପୁଲିସ ଗିରଫ କରିଛି। ଗିରଫ ସମୟରେ ଦୁର୍ଷ୍କମ ଓ ହତ୍ୟା ଅଭିଯୁକ୍ତ ଟୁକୁନା ବ୍ରାହ୍ମଣୀଗାଁ ଜଙ୍ଗଲ ଭିତରେ ଲୁଚିଥିଲା। ସୂଚନାଯୋଗ୍ୟ ଜେଲ୍‌ରୁ ଟୁକୁନା ଚମ୍ପଟ୍‌ ମାରିବା ଘଟଣାକୁ ନେଇ ଜେଲ କର୍ତ୍ତୃପକ୍ଷଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଅନେକ ଚର୍ଚ୍ଚା ହେଉଥିଲା। ଯେଉଁ ସମୟରେ ଏହି ଘଟଣା ଘଟିଥିଲା ୱାଚ୍‌ ଟାୱାର ବା ପହରା ଦୁର୍ଗରେ ସବୁଦିନ ଭଳି ୫ ଜଣ ଆର୍‌ଆର୍‌ବି ଯବାନ ମୁତୟନ ଥିଲେ। ତଥାପି, ଜଣେ ହତ୍ୟା ଅଭିଯୁକ୍ତ ଖସିଗଲା। ଖସିଗଲା ନା ଖସାଇଦେଲେ, ତାହା ଏବେ ବି ଅସମାହିତ ପ୍ରଶ୍ନ ହୋଇରହିଛି। ଟୁକୁନାକୁ ଧରିବା ପାଇଁ ପୁଲିସର ୪ଟି ଟିମ୍‌ ଗଠନ କରାଯାଇଥିଲା। ସୂଚନା ଅନୁସାରେ, ତିନିଟି ପାଳିରେ ୫ ଜଣ ଲେଖାଏଁ ଆଇଆର୍‌ବି ଯବାନ୍‌ ପହରା ଦୁର୍ଗରେ ମୁତୟନ ଥାଆନ୍ତି। ଟୁକୁନା ଅପରାହ୍ନ ୪ଟାରେ ନିଖୋଜ ହେବାବେଳେ ସମସ୍ତ ପାଞ୍ଚ ଜଣ ଯବାନ ହିଁ ଡ୍ୟୁଟିରେ ଥିଲେ। ଏହାସତ୍ତ୍ବେ ବି ଟୁକୁନା କିଭଳି ଚମ୍ପଟ୍‌ ମାରିଥିଲା। ଏହି ଘଟଣାରୁ ହୁଏତ ଦୁଇଟି ଦିଗ ଥାଇପାରେ ବୋଲି ଆଲୋଚନା ହେଉଛି। ପ୍ରଥମ, ଯବାନ ମାନେ ନିଜର କର୍ତ୍ତବ୍ୟକୁ ସଠିକ୍‌ ରୂପେ ସମ୍ପାଦନ କରୁନାହାନ୍ତି। ପହରା ଦୁର୍ଗରେ ଠିଆ ହେଉଛନ୍ତି ସତ କାହାର ଗତିବିଧି ଉପରେ ନିରୀକ୍ଷଣ କରୁନାହାନ୍ତି। ଦ୍ବିତୀୟ, ହୁଏତ କଏଦୀକୁ ଖସି ଚାଲିବା ପାଇଁ ବାଟ କରିଛନ୍ତି ଏବଂ ସେହି ବାଟ ହେଉଛି ଢିଲା ସୁରକ୍ଷା ବ୍ୟବସ୍ଥା। ଏବେ ସାଧାରଣରେ ଏହିଭଳି ଆଲୋଚନା ଶୁଣିବାକୁ ମିଳୁଛି। ଖାଲି ଯବାନ ନୁହନ୍ତି, ମୁଖ୍ୟ ଫାଟକରେ ଜଣେ ବରିଷ୍ଠ ୱାର୍ଡ଼ର ଏବଂ ଭିତରେ ୩ରୁ ୪ ଜଣ ୱାର୍ଡ଼ର ଘଟଣାଦିନ ପଇଁତରା ମାରୁଥିଲେ। ତଥାପି, ସବୁ ସୁରକ୍ଷା ବଳୟକୁ ଭେଦକରି ଟୁକୁନା ଷ୍ଟୋର୍‌ ରୁମ୍‌ ଝରକା ଗ୍ରୀଲ୍‌କୁ ଗ୍ୟାସ୍‌ କଟର୍‌ରେ କାଟି ଫେରାର୍‌ ହୋଇଯିବାରେ ଏମା‌ନଙ୍କର ସମ୍ପୃକ୍ତି ନାହିଁ ? ସାଧାରଣ ଲୋକଙ୍କ ଚର୍ଚ୍ଚା ଓ ସନ୍ଦେହ ବଳୟରେ ବି ଏମାନେ ରହିଯାଇଛନ୍ତି।ଏକ ନିରପେକ୍ଷ ତଦନ୍ତ ପରେ ହିଁ ସତ୍ୟା ସତ୍ୟ ଜଣାପଡିବ l

Exit mobile version